www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜାମ ପୁଲିସ ଜିଲ୍ଲାର ୬୩ ତମ ପୁଲିସ ଶହୀଦ୍ ଦିବସ ପାଳିତ

ଛତ୍ରପୁର  : ପ୍ରତି ବର୍ଷ ଭଳି ଆଜିର ଦିନକୁ ପୁଲିସ ପକ୍ଷରୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏନେଇ ଛତ୍ରପୁର ରିଜର୍ଭ ପୁଲିସ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲାର ୬୩ ତମ ପୁଲିସ ଶହୀଦ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ପରେଡ୍‌‌ ରେ ଗଞ୍ଜାମ ଏସ୍.ପି ବିଜ୍ରେଶ କୁମାର ରାୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ ବର୍ଷ ଦେଶ ମାତୃକାର ସେବାପାଇଁ ପାଣବଳି ଦେଇଥିବା ୨୬୫ ଜଣ ଶହୀଦ ହୋଇଥିବା ପୁଲିସ କର୍ମଚାରୀଙ୍କ ନାମ ପଠନ କରିଥିଲେ ସେଥିରୁ ଓଡିଶାର ୩ ଜଣ ଶହୀଦ ହୋଇଛନ୍ତି ।


୧୯୫୯ ମସିହା ଅକ୍ଟୋବର ୨୧ ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର କିଛି ଯବାନ ଇଣ୍ଡୋ ତିବତିଆନ୍ ସୀମାରୋଖାରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ ସେନାଙ୍କ ଆକ୍ରମଣରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ସେହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ପୁଲିସ ବିଭାଗରେ କାର୍ୟ୍ୟରତ ଥିବା ଅବସ୍ଥାରେ, କର୍ତବ୍ୟ କରୁଥିବା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସେବାରେ ସମ୍ପୃକ୍ତ ଥାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁଲିସ ଶହୀଦ ଦିବସ ପାଳନ ହୋଇ ଆସୁଅଛି ।
ସ୍ମୃତି ଉଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା  ବାର୍ତ୍ତା ଏସ୍ପି ଶ୍ରୀ ରାୟ ପଠନ କରିଥିଲେ । ପୁଲିସ ସବୁବେଳେ ଲୋକମାନଙ୍କ ସେବାରେ । ସେ ସବୁବେଳେ ତାର କର୍ତବ୍ୟ ପ୍ରତି ଧ୍ୟାନ ଦେଉଥିବା କହିଥିଲେ ।  ଆୟୋଜିତ କାର୍ୟ୍ୟକ୍ରମରେ ଦେଶ ସେବାପାଇଁ ପ୍ରାଣବଳି ଦେଇଥିବା ବୀର ପୁଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍.ପି ବିଜୟ କୁମାର ମଲ୍ଲିକ, ଡିଏସପି ଅଜୟ କୁମାର ମିଶ୍ର,ସୁଜିତ କୁମାର ନାୟକ,ମମତା ନାୟକ,ଏସଡିପିଓ ଗୈାତମ କିଷାନ, କମାଡେଂଟ ମାନସ ରଞ୍ଜନ ମହାନ୍ତି,ସର୍ଜେଂଟ ସଞ୍ଜୟ କୁମାର ବାରିକ, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏ.ରାବଣା ରାଓ, ପୁଲିସ ହାବିଲଦାର ସଂଘ ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ଚନ୍ଦ୍ର ସେଠି, କୋଷାଧକ୍ଷ ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରେଡ୍‌‌ କୁ ଆରଆଇ ଅମୁଲ୍ୟ ନାୟକ ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories