www.samajalive.in
Saturday, December 6, 2025
16.1 C
Bhubaneswar

ଖାତରୁ ଝିଙ୍କ ଉଦ୍ଧାର

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଭୁବନ ରେଞ୍ଜ ଅନ୍ତର୍ଗତ ଭୂଷଳ ଠାରେ ଥିବା ଆଶ୍ରମ ନିକଟବର୍ତ୍ତୀ ଏକ ଖାତରୁ ବନବିଭାଗ ଗୋଟିଏ ଝିଙ୍କକୁ ଉଦ୍ଧାର କରିଥିବାର ଜଣାଯାଇଛି । ଭୁବନ ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ଜୀବଜନ୍ତୁଙ୍କର ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀପଲଙ୍କ ଦୋରତ୍ମ୍ୟ ଲାଗି ରହିଥିବା ବେଳେ ଏବେ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ବାରହା ପଲ ସହିତ ଝିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭୂଷଳ ଗ୍ରାମ ଆଶ୍ରମ ନିକଟରେ ଥିବା ଖାତରେ ଏକ ଝିଙ୍କ ପଡିଥିବାର ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଖାତରେ ପଡ଼ିଥିବା ଝିଙ୍କକୁ ଉଦ୍ଧାର କରିଛନ୍ତି । ଝିଙ୍କକୁ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଥିବାର ବନ ବିଭାଗ ସୂତ୍ରରୁ ଜଣାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories