କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ପୋଙ୍ଗଲୀ ଗ୍ରାମର ନାଗାବଳୀ ନଦୀର ଅତଡା ଖସି ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ମଧ୍ୟାହ୍ନରେ କିଛି ପିଲାମାନେ ମେଳ ହୋଇ ନଦୀକୁ ଗାଧୋବାକୁ ଯାଇଥିଲେ। ଜଣେ ପରେ ଜଣେ କରି ନଦୀକୁ ଡେଉଁ ଥିବାବେଳେ ମାଟି ଅତଡା ଖସି ଯିବାରୁ ଶାଙ୍କାରାଓ ହିକକାଙ୍କ ୬ ବର୍ଷର ପୁଅ ଧର୍ମା ହିକକାଙ୍କ ପୋତି ହୋଇ ଯାଇଥିଲେ। ଏହାକୁ ନେଇ ପିଲାମାନେ ଧର୍ମା ପଡ଼ି ଯାଇଥିବା ଖବର ପରିବାରକୁ ଦେଇଥିଲେ। ଏହାକୁ ଶୁଣି ପରିବାରଲୋକେ ଖୋଜାଖୋଜି କରିବା ବେଳେ ନଦୀ ବାଲିରେ ପଡ଼ିଥିବା ଦେଖିଥିଲେ। ଉକ୍ତ ଖବର କଲ୍ୟାଣସିଂହପୁର ପୁଲିସ ଜାଣି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ସେତେବେଳକୁ ଧର୍ମାର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ମୃତଦେହ ଜବତ କରି ଆଣି ଶନିବାର ଦିନ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ।
ବାଲିପାଟଣାରେ ପୋଡି ହୋଇ ଯୁବକଙ୍କ ମୃତ୍ୟୁ ଘଟଣା; ବାପା, ସାବତମାଆ, ଭାଇ ଗିରଫ



