www.samajalive.in
Monday, December 15, 2025
15.1 C
Bhubaneswar

ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର ବ୍ଲକ ସେରିଗୁମ୍ମା ସଦର ପଞ୍ଚାୟତର ଭିଲାମାଲ ରାସ୍ତାରେ ପାହାଡ଼ ଉପରୁ ବଡ଼ ପଥର ଖସି ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ସେରିଗୁମ୍ମାଠାରୁ କୋଲନରା ବ୍ଲକର ଦୁନ୍ଦୁଲି ନିକଟକୁ ବାହାରୁଥିବା ରାସ୍ତାର ଭିଲାମାଲ ଗ୍ରାମ ନିକଟସ୍ଥ ପାହାଡ଼ରୁ ଏକ ପଥର ଖସି ରାସ୍ତାର ପଡ଼ିଛି। ଫଳରେ ଯାନବାହାନ ଯାତାୟତରେ ସମସ୍ୟା ହେଉଛି। ଲଗାଣ ବର୍ଷା ଯୋଗୁ ପାହାଡ଼ର ମାଟି ହାଲୁକା ହେବାପରେ ସେଠାରେ ଥିବା ପଥର ଖସି ରାସ୍ତାରେ ରହିଛି। ଏହି ରାସ୍ତା ଦେଇ ଅନେକ ସମୟରେ କାଶୀପୁର ଯିବାକୁ ହୋଇଥାଏ। କୋଳାନରା ବ୍ଲକର ଦୁନ୍ଦିଲି ପଞ୍ଚାୟତର ଗୋପାଲବାଡି, ସାଂକେଶ, ସହରପିଲି ଦେଇ କଲ୍ୟାଣସିଂହପୁର ବ୍ଲକର ବାଲାପାଇ ବାହାରିବାକୁ ହୁଏ। ପ୍ରାୟ ୧୫ ଗୋଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାରୁ ତୁରନ୍ତ ପଥରକୁ ହଟାଇବାକୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories