www.samajalive.in
Monday, December 15, 2025
16.1 C
Bhubaneswar

ଚନ୍ଦ୍ରାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ମୃତ ଯଦୁମଣି ପାଲକାଙ୍କ ସାନ ଝିଅ ଚନ୍ଦ୍ରା ପାଲକା(୨୧)ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏହି ପରିବାରରେ ବିଧବା ସତମା ତିନି ଝିଅ, ଦୁଇ ପୁଅଙ୍କୁ ନେଇ ଝିଙ୍କର ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପିତା ଯଦୁମଣି ଦୁଃଖ କଷ୍ଟରେ ପିଲାଙ୍କୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରିବାବେଳେ ରୋଗରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ବାପା ରୋଗରେ ଆକ୍ରାନ୍ତ ହେବାପରେ ପୁଅ ମିସ୍ତ୍ରୀ, ବଡ଼ଝିଅ କୁଲି କାମକୁ ବାହାରି ପରିବାର ଚଳାଇବା ସହ ସାନ ଝିଅକୁ ପାଠପଢ଼ାରେ ସାହାଯ୍ୟ କରିଥିଲେ। ଯଦୁମଣିଙ୍କ ମୃତ୍ୟୁ ପରେ ମାଆ ସତମା ବିଧବା ଭତ୍ତା ପାଇଥିଲେ। ସାନ ଝିଅ ଚନ୍ଦ୍ରା ରାୟଗଡ଼ାରେ ସ୍ନାତକ ସାରି ଘରକୁ ଆସିବାପରେ ରୋଗାକ୍ରାନ୍ତ ହୋଇ ପଡ଼ିଛନ୍ତି। ଘରେ ଯାହା ଥିଲା ସବୁ ବିକ୍ରି କରି ଝିଅର ଚିକିତ୍ସା କରିବା ପାଇଁ କଲ୍ୟାଣସିଂହପୁର, ରାୟଗଡ଼ା, କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଫେରି ଆସିଛନ୍ତି। ବର୍ତ୍ତମାନ ମାଆ ସତମା ଭତ୍ତା ପାଇବା ସହ ଗାଁ ଗାଁ ବୁଲି କେତେବେଳେ ଶୁଖୁଆ, ପରିବା ବିକ୍ରି କରି ସେଥିରୁ ଯାହା ଟଙ୍କା ଆଣନ୍ତି ସେଥିରେ ପରିବାର ଭରଣ ପୋଷଣ କରିଥାନ୍ତି। ଭାଇ ଓ ଭଉଣୀ କେତେବେଳେ କାମ ମିଳିଲେ କାମ କରନ୍ତି ନ ହେଲେ ଘରେ ବସି ରହୁଛନ୍ତି। ବିଜୁସ୍ୱାସ୍ଥ୍ୟ କାର୍ଡ ବନ୍ଦ କରିଦେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଆୟୁଷ୍ମାନ କାର୍ଡ ପାଇପାରି ନାହାନ୍ତି। ସାନ ଝିଅ ଚନ୍ଦ୍ରାଙ୍କ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ସରକାର ଚନ୍ଦ୍ରାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମରେ ବହୁ ବର୍ଷ ଧରି ରହି ଆସୁଥିଲେସୁଦ୍ଧା ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ହେଲେ ପାଇନଥିବା କହିଛନ୍ତି ସତମା।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories