www.samajalive.in
Sunday, December 7, 2025
26.1 C
Bhubaneswar

ଦିବ୍ୟାଙ୍ଗ ହରିଶ୍ଚନ୍ଦ୍ରଙ୍କ ଦୁଃଖ ଶୁଣିଲେ ଜିଲାପାଳ, ଦେଲେ ବିଦ୍ୟୁତ ଚାଳିତ ତିନିଚକିଆ ଅଟୋ ରିକ୍ସା

କଲ୍ୟାଣସିଂହପୁର: ଦିବ୍ୟାଙ୍ଗ ଆଉ ଏବେ ଅକ୍ଷମ ନୁହନ୍ତି, ଏବେ ସବୁ କ୍ଷେତ୍ରରେ ସେ ପ୍ରତିଷ୍ଠିତ। ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବା ଲାଗି ସରକାର ମଧ୍ୟ ବିଭିନ୍ନ ଉପାୟରେ ପ୍ରୋତ୍ସାହିତ କରୁଛନ୍ତି। ଆଜି ଜଣେ ଗରିବ ଆଦିବାସୀ ଦିବ୍ୟାଙ୍ଗ ଯୁବକଙ୍କ ଗୁହାରୀ ଶୁଣିଛନ୍ତି ରାୟଗଡ଼ା ଜିଲାପାଳ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ସଦର ମହକୁମାର ଆଦିବାସୀ ସାହିର ଯୁବକ ହରିଶ୍ଚନ୍ଦ୍ର ପ୍ରାସ୍କା(୩୦)ଙ୍କର ଜନ୍ମରୁ ଦୁଇଟି ଗୋଡ଼ଥିଲା। ବେଶ୍ ଆନନ୍ଦରେ ନିଜ ଗାଁରେ ଚାଲି ବୁଲି କୁଲି ମଜୁରୀ କାମ କରି ଯେଉଁ ଟଙ୍କା ଆଣୁଥିଲେ, ସେହି ଟଙ୍କାରେ ପରିବାର ଭରଣ ପୋଷଣ କରି ସଂସାର ରଥକୁ ଧିରେ ଧିରେ ଚଲେଇ ଆସୁଥିଲେ। ହରିଶ୍ଚନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ ସହ ଗାଟିଏ ପୁଅ ଗୋଟିଏ ଝିଅ ୪ଜଣ କୁଟୁମ୍ବ। ଯାହା ମିଳିଲା ଖାଇଲେ ନଚେତ୍ ଭୋକ ଉପବାସ ହୋଇ ରହିଲେ। ଏହାପରେ ଘରର ପରିସ୍ଥିତି ବହୁତ ଖରାପ୍ ହୋଇଯିବାରୁ ୨୦୨୦ ମସିହାରେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ଗୋଟାଏ ଗୋଡ଼ ହରାଇଥିଲେ। ଗୋଟିଏ ଗୋଡ଼ରେ ଦିବ୍ୟାଙ୍ଗ ହୋଇ ଘରକୁ ଫେରି ଅଚଳ ଅବସ୍ଥାରେ ବାଧ୍ୟ ହୋଇ ସାହି ଛକରେ ଛୋଟ ଦୋକାନ କରି ହରିଶ୍ଚନ୍ଦ୍ର ବସି ରହିଥିଲେ। ଏହା ଆଜି ରାୟଗଡ଼ା ଜିଲାପାଳ ପାରୁଲ ପଟାୱରୀଙ୍କ ନଜରକୁ ଆସିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିକାଶ ଓଡ଼ିଶା ସରକାରଙ୍କ ତରଫରୁ ଗୋଟିଏ ତିନି ଚକିଆ ବିଦ୍ୟୁତ ଚାଳିତ ଅଟୋ ରିକ୍ସା ଯୋଗାଇ ଦେଇଥିବାରୁ ହରିଶ୍ଚନ୍ଦ୍ର ଆଜି ଗୋଟେ ଗୋଡ଼ ନ ଥାଇ ମଧ୍ୟ ଅଟୋ ରିକ୍ସା ଚଳାଇ କିଛି ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତାହା ସହିତ ନିଜ ପରିବାର ଭରଣପୋଷଣ କରିପାରୁଛନ୍ତି ବୋଲି କହି ଜିଲାପାଳ ପାରୁଲ ପଟାୱରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଆଧିବାସୀ ଦିବ୍ୟାଙ୍ଗ ଯୁବକକୁ ଅଟୋ ରିକ୍ସା ଚଳାଉଥିବା ଦେଖି ଏବେ ବୁଦ୍ଧିଜୀବୀ ମହଲରେ ଜିଲାପାଳ ପାରୁଲ ପଟାୱରୀଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories