www.samajalive.in
Friday, December 12, 2025
17.1 C
Bhubaneswar

ଶାଗ, ମାଛ ଦରରେ ଜମି ମାଗୁଛି ରେଲୱେ ; ତହସିଲଦାରଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମପଞ୍ଚାୟତ ଅଧିନସ୍ଥ ଭାଲୁମସ୍କା ଗ୍ରାମର ପଟ୍ଟାଜମି ଥିବା ଦୁଇ ଜଣଙ୍କ ଜମିକୁ ପୂର୍ବତଟ ରେଳପଥ ଶାଗ ମାଛ ଦରରେ ନେଉଥିବା ଯୋଗୁଁ ତହସିଲଦାର ରଞ୍ଜନ କୁମାର ମାନସେଠଙ୍କୁ ଲିଖିତ ଅଭିଯୋଗ ହୋଇଛି।
ଦ୍ୱିତୀୟ ରେଳ ଲାଇନ ପାଇଁ ପୂର୍ବତଟ ରେଳ ଲାଇନ ହେଉଥିବା ସମୟରେ ଯେଉଁ ମାନଙ୍କର କମ ଜମି ଅଛି ତାଙ୍କ ଜମି ଉପରେ ଲାଇନ ଯାଉଛି। ସେହି ଲୋକମାନଙ୍କୁ ବହୁ ପରିମାଣରେ ଟଙ୍କା ଦିଆଯାଇଛି। ଏହି ଦୁଇ ପରିବାରର ଜମିର ପଟ୍ଟା ଧାରୀଙ୍କୁ ସେହି ଲୋକଙ୍କ ଠାରୁ କମ ଟଙ୍କା ଦିଆଯାଇଛି। ତେଣୁ ଉକ୍ତ ପଟ୍ଟା ଜମିକୁ ଦେବୁ ନାହିଁ, ରେଳବିଭାଗ ପକ୍ଷରୁ ଦେଇଥିବା ଟଙ୍କାକୁ ଫେରସ୍ତ କରିଦେବୁ ବୋଲି ଉଲ୍ଲେଖ କରିଛନ୍ତି। ରେଳ ବିଭାଗ ଜୋର ଜବରଦସ୍ତ କାର୍ଯ୍ୟ କଲେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି ହିକକା ମାଗି, ପ୍ରାସ୍କା କୁମ୍ଭ,ପ୍ରାସ୍କା ନିଲ ,ହିକକା ଜାଣ୍ଡୁ, ଜିଲ ହିକକା ପ୍ରମୁଖ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ତହସିଲଦାର ରଞ୍ଜନ କୁମାର ମାନସେଠ କହିଛନ୍ତି ବର୍ତ୍ତମାନ ବିଳମ୍ବ ହୋଇଛି,ତଥାପି ଚେଷ୍ଟା କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

- Advertisement -

ବାସ୍‌ ଏହି ଉପାୟରେ ଖରାଦିନେ ଅଧା ଆସିବ ବିଜୁଳି ବିଲ୍‌!

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories