www.samajalive.in
Sunday, December 14, 2025
17.1 C
Bhubaneswar

ଭଙ୍ଗା ଦଦରା ଘରେ ବିତୁଛି ୫ ପ୍ରାଣୀଙ୍କ ଜୀବନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଦେବଗିରି ନୂଆସାହିରେ ଭଙ୍ଗା ଦଦରା ଘରେ ୫ ପ୍ରାଣୀ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଏହି ପରିବାରରେ ସୀତାରାମ ବେନିଆ ପକ୍ଷାଘାତ ରୋଗୀ ସହ ପୁଅ ଦାମ ବେନିଆ, ବୋହୁ କୁମାରୀ ବେନିଆ, ୩ ବର୍ଷର ଭିନ୍ନକ୍ଷମ ନାତୁଣୀ ନନ୍ଦିନୀ ବେନିଆ ଓ ତିନିମାସର ସାନ ନାତୁଣୀ ରୁକସା ବେନିଆ ଭଙ୍ଗା ଘରେ ରହିଆସୁଛନ୍ତି। ପୂର୍ବରୁ ସୀତାରାମ ଭଲ ଥାଇ ପରିବାର ଭରଣପୋଷଣ କରିଆସୁଥିଲେ। ବର୍ତ୍ତମାନ ପ୍ରାୟ ୬ମାସ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦାମ ବେନିଆଙ୍କ ଝିଅ ଜନ୍ମରୁ ହାତ ଗୋଡ଼ ବଙ୍କା ସେ ଶେଜରୁ ଉଠି ପାରୁନାହିଁ। ତାକୁ କଲ୍ୟାଣସିଂହପୁର ଓ ରାୟଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଭିନ୍ନକ୍ଷମ ଝିଅ ନନ୍ଦିନୀକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନେଇ ଚିକିତ୍ସା କରିବା ପାଇଁ କୁହାଯାଇଛି। ଘରର ସମସ୍ୟା ଦେଖି ପୁଅ ଦାମ ବାପା ଓ ସ୍ତ୍ରୀ ପିଲାମାନଙ୍କୁ ଛାଡି ନିଜ ଅଞ୍ଚଳରେ କାମ କରି ଯେଉଁ ଦୁଇ ପଇସା ଆଦାୟ କରୁଛନ୍ତି, ସେଥିରେ ପରିବାର ଭରଣ ପୋଷଣ କରନ୍ତି। ଭିନ୍ନକ୍ଷମ ଝିଅର ଆଙ୍ଗୁଠି କାମ କରୁନଥିବା ଯୋଗୁଁଁ ତାର ଆଧାର କାର୍ଡ ହୋଇପାରୁନାହିଁ। ଫଳରେ ସରକାରୀ ସହାୟତାରୁ ବଞ୍ଚିତ ରହିଛି ଶିଶୁକନ୍ୟା। ବର୍ତ୍ତମାନ ଘରର କାନ୍ଥ ପଡ଼ିଯିବାରୁ ଚାଳ ତଳକୁ ଲାଗି ରହିଛି।

ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଓ ରାଜସ୍ବ ନିରୀକ୍ଷକ ଦେଖି ଘରର ଫଟୋ ଉତ୍ତୋଳନ କରି ଆଣିଥିବା ସୀତାରାମ କହିଛନ୍ତି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଶ୍ରେଣୀର ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଘୋଷଣା କରିଥିଲେ। ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଆବାସ ଯୋଜନାରେ ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟାର ଆରମ୍ଭ କରାଯାଇଛି। ବ୍ଲକରେ କେତେ ଗରିବ ଶ୍ରେଣୀର ଲୋକ ଉପକୃତ ହେଉଛନ୍ତି ପ୍ରକ୍ରିୟା ଶେଷ ହେବାପରେ ଜଣାପଡ଼ିବ। ଏ ସମ୍ପର୍କରେ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ପଞ୍ଚାୟତ ତରଫରୁ ୫ କିଲୋ ଚାଉଳ ସହ ଆବାସ ଯୋଜନା ପାଇଁ ଆବଶ୍ୟକ ନଥିପତ୍ର ଦେବା ପାଇଁ କୁହାଯାଇଛି। ଆଜି ଭିନ୍ନକ୍ଷମ କାର୍ଯ୍ୟକ୍ରମରେ ଝିଅକୁ ନେଇ ଯାଇଥିବାରୁ ଭିନ୍ନକ୍ଷମ ନନ୍ଦିନୀକୁ ପୁଣି ଶୁକ୍ରବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବାପା ଦାମ ବେନିଆ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories