www.samajalive.in
Monday, December 8, 2025
14.1 C
Bhubaneswar

ଝାଡ଼ାବାନ୍ତିରେ ଆକ୍ରାନ୍ତ ଡିବଲପାଡୁ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ଗ୍ରାମପଞ୍ଚାୟତର ଡିବଲପାଡୁ ଗାଁରେ ଆଜକୁ ୧୫ଦିନ ହେବ ୩୦ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଗାଁରେ ପ୍ରାୟ ୫୦ଟି ପରିବାର ରହୁଥିବା ବେଳେ ୧୫ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବେସରକାରୀ ଡାକ୍ତରଙ୍କ ପାଖରେ ଚିକିତ୍ସା କରୁଥିବା ସୂଚନା ଦେଇଛନ୍ତି। ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ ଡାକ୍ତର ରୋଗ ବାହାରୁନାହିଁ ବୋଲି କହୁଛନ୍ତି, ତେଣୁ ଚାଷ ବାସ ଦିନ ହୋଇଥିବାରୁ ଧାର କରଜ କରି ଚିକିତ୍ସା ହେଉଛୁ ବୋଲି ଗ୍ରାମର ରାମିୟା ହିକକା, ଜାଣ୍ଡୁ ହିକକା, ଏନ ଜନାର୍ଦ୍ଦନ ରାଓ, ବିନାୟକ ହିକକା ପ୍ରମୁଖ କହିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଗ୍ରାମରେ ସୋଲାର ବୋର ରହିଛି କିନ୍ତୁ ଅଚଳ ହୋଇ ପଡିଛି। ଗାଁର ସାହି ରାସ୍ତା କାଦୁଅ ତଥା ଅପରିଷ୍କାର ହୋଇ ରହିଥିବାବେଳେ ନାଳ ପାଣି ପିଇବା ଦ୍ୱାରା ଏବଂ ବାହାରେ ଶୌଚ କରୁଥିବାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଏ ବିଷୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୌମ୍ୟରଞ୍ଜନ ଜେନାଙ୍କୁ ଯୋଗାଯୋଗ କରି ପଚାରିବାରୁ ଏହି ବିଷୟରେ ମୋ ପାଖରେ କିଛି ଖବର ନାହିଁ, ଠିକ୍ ଅଛି ମୁ ସଙ୍ଗେସଙ୍ଗେ ମେଡିକାଲ ଟିମ୍ ଡିବିଲପଡୁ ଗାଁକୁ ପଠାଉଛି ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories