www.samajalive.in
Saturday, December 6, 2025
15.1 C
Bhubaneswar

ଦୌଡ଼କୁଦରେ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନ ଅଧିକାର କଲେ ଶିକରପାଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦୌଡ଼କୁଦରେ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି। ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରଦୀପ ମାଳିଙ୍କ ଝିଅ ବର୍ଷା ମାଳି ୨୦୨୩ -୨୦୨୪ ବର୍ଷରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମେ ବ୍ଲକ ସ୍ତରୀୟ କ୍ରୀଡା ଜଗନ୍ନାଥପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିବାରୁ ୨ୟରେ ରାୟଗଡା ଜିସିଡି ପଡ଼ିଆରେ ଜିଲାସ୍ତରୀୟକୁ ଚୟନ ହୋଇ ଖେଳିଥିଲେ। ଏଥିରେ ଚମ୍ପିୟାନ ହୋଇଥିବାରୁ ସୁନ୍ଦରଗଡ ଜିଲାରେ ରେ ରାଜ୍ୟ ସ୍ତରୀୟ ସ୍ତରକୁ ମନୋନୀତ ହୋଇଥିଲେ।୧୭ବର୍ଷରୁ କମ ପ୍ରତ୍ୟେକ ଜିଲ୍ଲ।ରୁ ଆସିଥିବା ପ୍ରତିଯୋଗୀ ମଧ୍ୟରେ ସୁନ୍ଦରଗଡରେ ହୋଇଥିବା ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଥିବାରୁ ଜାତୀୟ ସ୍ତରୀୟକୁ ମନୋନୀତ କରିଥିଲେ। ବିହାର ରାଜ୍ୟର ପଟଲି ପୁତ୍ରରେ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଷଷ୍ଠ ସ୍ଥାନରେ ରହି ଥିବାରୁ ସହପାଠୀ, ପରିବାର, ବିଦ୍ୟାଳୟ, ଶିକ୍ଷକ, ଶିକ୍ଷୟିତ୍ରୀ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ଅନୁଷ୍ଠାନରୁ ଶୁଭେଚ୍ଛାର ସୁଅ ଆସୁଥିବା ଜଣାପଡ଼ିଛି। ବ୍ଲକର ଜଣେ ଛାତ୍ରୀ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ରହିଥିବାରୁ ରାୟଗଡା ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ପ୍ରଥମ ଥର ପାଇଁ ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଟେଲେଣ୍ଟ ଆୱାର୍ଡରେ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଛି।

ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦, ଟ୍ୱିନ୍‌ ସିଟି ଗୋଦାମରେ ଆଳୁ ସଙ୍କଟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories