www.samajalive.in
Friday, December 5, 2025
23.1 C
Bhubaneswar

ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି କିଏ ? ଯାହାକୁ ଦୁନିଆକୁ ଆଣିଥିବା ଡାକ୍ତର କରିଥିଲେ ଆତ୍ମହତ୍ୟା, ଜାଣନ୍ତୁ..

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ପିତାମାତାଙ୍କ ପାଇଁ ସନ୍ତାନ ସୁଖ ସବୁଠାରୁ ବଡ଼ ହୋଇଥାଏ। ହେଲେ ୧୯୭୮ ମସିହା ପୂର୍ବରୁ ଦେଶରେ ଏପରି ଅନେକ ଲୋକ ଥିଲେ, ଯେଉଁମାନେ ସମସ୍ତ ଚେଷ୍ଟା ସତ୍ବେ ପିତାମାତା ହୋଇପାରୁ ନ ଥିଲେ। ସେହି ଲୋକମାନଙ୍କ ପାଇଁ ଡାକ୍ତର ସୁଭାଷ ମୁଖୋପାଧ୍ୟାୟ ଏପରି ଏକ ପରୀକ୍ଷଣ କରିଥିଲେ, ଯାହା କେବେ ମାଆ ହୋଇପାରୁ ନଥିବା ମହିଳାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ତାହା ଥିଲା ଟେଷ୍ଟ୍ ଟ୍ୟୁବ୍ ବେବି।

ଆଜି ଟେଷ୍ଟ୍ ଟ୍ୟୁବ୍ ବେବି ଏକ ସାଧାରଣ ଶବ୍ଦ ହୋଇପାରେ କିମ୍ବା କୁହାଯାଇପାରେ ଯେ ମାଆ ହେବାର ଏହା ଏକ ସରଳ ପ୍ରକ୍ରିୟା, କିନ୍ତୁ ୧୯୭୮ ମସିହା ପୂର୍ବରୁ ଏପରି କିଛି ନଥିଲା। ଅଦ୍ୟାବଧି ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ଶୂନ୍ୟ କୋଳ ଏହି ଟେକ୍ନୋଲୋଜି ସାହାଯ୍ୟରେ ଭରି ଯାଇଛି, କିନ୍ତୁ କ’ଣ ଆପଣ ଜାଣନ୍ତି, ଏହି ଟେକ୍ନୋଲୋଜିକୁ ଦେଶକୁ ଆଣିଥିବା ଡାକ୍ତରଙ୍କୁ ଏହି କାରଣରୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ଏ ବିଷୟରେ –

- Advertisement -

ଯେଉଁ ସମୟରେ କଲକାତାର ଡାକ୍ତର ସୁଭାଷ ମୁଖୋପାଧ୍ୟାୟ ଟେଷ୍ଟ ଟ୍ୟୁବ୍ ବେବିର ପରୀକ୍ଷଣ କରିଥିଲେ, ସେତେବେଳେ ଆମ ଦେଶରେ କେହି ଏ ବିଷୟରେ ଚିନ୍ତା ମଧ୍ୟ କରି ନ ଥିଲେ। ଯେତେବେଳେ ଡାକ୍ତର ମୁଖୋପାଧ୍ୟାୟ ତାଙ୍କ ପରୀକ୍ଷଣ ବିଷୟରେ ଘୋଷଣା କଲେ, ସେତେବେଳେ ଅନ୍ୟ ଡାକ୍ତରମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏପରିକି ସରକାର ମଧ୍ୟ ସୁଭାଷ ମୁଖୋପାଧ୍ୟାୟଙ୍କ ଏହି ସଫଳତାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ଚିକିତ୍ସା କ୍ଷେତ୍ର ସହ ସମଗ୍ର ଦେଶରେ ଡାକ୍ତର ସୁଭାଷ ମୁଖୋପାଧ୍ୟାୟଙ୍କୁ ପରିହାସ କରାଯାଇଥିଲା। ଡାକ୍ତର ତାଙ୍କ ସଫଳତାର ପରିହାସ ସହ୍ୟ କରିପାରି ନ ଥିଲେ ଏବଂ ଜୁନ୍ ୧୯, ୧୯୮୧ରେ ଆତ୍ମହତ୍ୟା କରିଥିଲେ। ଏଭଳି ଭାବେ ତାଙ୍କ ଚମତ୍କାର ହିଁ ତାଙ୍କ ମୃତ୍ୟୁର କାରଣ ସାଜିଥିଲା।

ଡା. ମୁଖୋପାଧ୍ୟାୟଙ୍କ ମୃତ୍ୟୁର କିଛି ବର୍ଷ ପରେ ଅଗଷ୍ଟ ୬, ୧୯୮୬ରେ ଭାରତରେ ଟେଷ୍ଟ ଟ୍ୟୁବ୍‌ ସାହାଯ୍ୟରେ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା, ଯାହାର ନାମ ହର୍ଷା ରଖାଯାଇଥିଲା। ନଥିପତ୍ର ଅନୁଯାୟୀ ହର୍ଷା ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବି ଭାବେ ପରିଚିତ ହେଲା ଏବଂ ଡା. ଆନନ୍ଦଙ୍କୁ ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି ଜନ୍ମ କରାଇବାର ଶ୍ରେୟ ଦିଆଗଲା। କିନ୍ତୁ ବାସ୍ତବରେ ଦେଶକୁ ପ୍ରଥମ ଟେଷ୍ଟ ଟ୍ୟୁବ୍‌ ଦେଇଥିଲେ ଡା. ସୁଭାଷ ମୁଖୋପାଧ୍ୟାୟ। ଡା. ମୁଖୋପାଧ୍ୟାୟଙ୍କ ପରୀକ୍ଷଣ ଦ୍ଵାରା ୧୯୭୮ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମ ହୋଇଥିଲା ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ ବେବି। କନୁପ୍ରିୟା ଅଗ୍ରଓ୍ବାଲ ହେଉଛନ୍ତି ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି। ସେ ପୁଣେ ନିବାସୀ। ଜନ୍ମ ବେଳେ ତାଙ୍କ ନାମ ଦୁର୍ଗା ରଖାଯାଇଥିଲା, କାରଣ ସେ ଦୁର୍ଗାପୂଜା ସମୟରେ ଜନ୍ମ ହୋଇଥିଲେ। କିନ୍ତୁ ତାଙ୍କ ପିତାମାତାଙ୍କ ଅନୁରୋଧକ୍ରମେ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଗୋପନ ରଖାଯାଇଥିଲା। ସମାଜରେ ଗ୍ରହଣୀୟ ନହେବା ଓ ନିନ୍ଦିତ ହେବା ଭୟରେ କନୁପ୍ରିୟା ଟେଷ୍ଟ ଟ୍ୟୁବ୍‌ ବେବି ବୋଲି କାହାରିକୁ ନ କହିବା ପାଇଁ  ଡା. ସୁଭାଷ ମୁଖୋପାଧ୍ୟାୟଙ୍କୁ ତାଙ୍କ ପିତାମାତା ଅନୁରୋଧ କରିଥିଲେ।

ପରବର୍ତ୍ତୀ ସମୟରେ ଡା. ଟିସି ଆନନ୍ଦ କୁମାର ନିଜକୁ ଶ୍ରେୟ ଦେବା ପରିବର୍ତ୍ତେ ଏହି ଶ୍ରେୟ ଡା. ମୁଖୋପାଧ୍ୟାୟଙ୍କୁ ଦେଇଥିଲେ। ବାସ୍ତବରେ ଡା. ମୁଖୋପାଧ୍ୟାୟ ତାଙ୍କର ସମ୍ପୂର୍ଣ୍ଣ ଗବେଷଣାକୁ ଏକ ଡାଏରୀରେ ଲେଖିଥିଲେ। ମୁଖୋପାଧ୍ୟାୟଙ୍କ ପତ୍ନୀ ପରୀକ୍ଷଣର ସମସ୍ତ ନଥିପତ୍ର ଡା. ଆନନ୍ଦଙ୍କୁ ଦେଇଥିଲେ। ଏହାପରେ ସଚ୍ଚୋଟତାର ସହ ଡା. ଆନନ୍ଦ ଭାବରେ ସ୍ୱୀକାର କରିଥିଲେ ଯେ, ଡାକ୍ତର ମୁଖୋପାଧ୍ୟାୟଙ୍କ ଦ୍ଵାରା ହିଁ ଦେଶରେ ପ୍ରଥମ ଟେଷ୍ଟ୍ ଟ୍ୟୁବ୍ ବେବି ଜନ୍ମ ନେଇଥିଲା। ଏହାପରେ ଶେଷରେ ଡାକ୍ତର ମୁଖୋପାଧ୍ୟାୟଙ୍କ ପରୀକ୍ଷଣ ଓ ଦାବି ଅନ୍ତର୍ଜାତୀୟ ମାନ୍ୟତା ପାଇଥିଲା।

ସୂଚନାଯୋଗ୍ୟ, ଦେଶର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି କନୁପ୍ରିୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ ବର୍ତ୍ତମାନ ଗୋଟିଏ ୧୦ ବର୍ଷୀୟ ପିଲାର ମାଆ ମଧ୍ୟ।

 

 

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories