Patra electronics

୮ ମାସ ପୂର୍ବର ଭବିଷ୍ୟବାଣୀ ସତ୍ୟ ହେଲା; ଶେଖ୍‌‌ ହସିନାଙ୍କୁ ନେଇ ଏମିତି କହିଥିଲେ ଜ୍ୟୋତିଷ

ସମାଜ ଡିଜିଟାଲ ଡେସ୍କ: ଭାରତର ପଡୋଶୀ ଦେଶ ବାଂଲାଦେଶରେ ୫ ଅଗଷ୍ଟ ସୋମବାର ଦିନ ଘଟିଥିବା ଘଟଣା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ସଂରକ୍ଷଣ ବ୍ୟବସ୍ଥାକୁ କେନ୍ଦ୍ର କରି ବାଂଲାଦେଶରେ ବିଗତ ଏକମାସ ଧରି ଚାଲିଥିବା ବିକ୍ଷୋଭ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ୍‌‌ ହସିନାଙ୍କ ୧୫ବର୍ଷର ଶାସନର ଅନ୍ତ ଘଟିଥିଲା। ରବିବାର ଆରମ୍ଭ ହୋଇଥିବା ସାନି ହିଂସାରେ ୯୭ଜଣଙ୍କ ପ୍ରାଣହାନି ପରେ ଦେଶରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ଉପନୀତ ହୋଇଥିଲା। କର୍ଫ୍ୟୁ ଲାଗୁ ସତ୍ୱେ ଲକ୍ଷାଧିକ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହୋଇଥିଲେ। ଏହାପଛରେ ସେନାର ଦୃଢ ସମର୍ଥନ ମଧ୍ୟ ରହିଥିଲା। ଆସନ ବିପଦ ଆଶଙ୍କା କରି ହସିନାଙ୍କୁ ପଦରୁ ଇସ୍ତଫା ଦେବା ସହ ତୁରନ୍ତ ଦେଶ ଛାଡି ପଳାଇବାକୁ ସେନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ହସିନାଙ୍କୁ ମାତ୍ର ୪୫ମିନିଟ ସମୟ ଦିଆଯାଇଥିଲା। ଶେଖ୍‌‌ ହସିନା ନିଜ ଦେଶ ଛାଡି ଭାରତକୁ ଆସିଥିଲେ। ବର୍ତ୍ତମାନ ପାଇଁ ସେ ଏଠାରେ ରହିବେ। କିନ୍ତୁ ପରେ କେଉଁଠାରେ ରାଜନୈତିକ ଆଶ୍ରୟ ନେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଶେଖ ହସିନାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଗତ ୮ମାସ ତଳେ ଜ୍ୟୋତିଷ ପ୍ରଶାନ୍ତ କିନି ଭବିଷ୍ୟବାଣୀ କରିଥିଲେ। ତାଙ୍କ ଭବିଷ୍ୟବାଣୀ ବର୍ତ୍ତମାନ ସତ୍ୟ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି। ଜ୍ୟୋତିଷ ଜଣଙ୍କ କହିଥିଲେ ଯେ ‘ଶେଖ୍‌‌ ହସିନାଙ୍କୁ ୨୦୨୪ ମସିହାରେ ହତ୍ୟା କରିବାକୁ ଉଦ୍ୟମ କରାଯାଇପାରେ’। ୨୦୨୩ ମସିହା ୧୪ ଡିସେମ୍ବରରେ ଜ୍ୟୋତିଷ ପ୍ରଶାନ୍ତ କିନି ଏହି ଭବିଷ୍ୟବାଣୀ କହିଥିଲେ। ୨୦୨୪ ମସିହା ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ହସିନା ସାବଧାନତାର ସହ ରହିବା ଆବଶ୍ୟକ ବୋଲି ସେ ଭବିଷ୍ୟବାଣୀ କରି କହିଥିଲେ। ଯାହା କି ଆଜି ସତ୍ୟ ପ୍ରମାଣିତ ହୋଇଥିବା ବେଳେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ପ୍ରଶାନ୍ତ କିନି ଅଗଷ୍ଟ ୫ରେ ଏପରି ଘଟଣା ଘଟିବା ପରେ ପୁନର୍ବାର ନିଜର ପୋଷ୍ଟ ସେୟାର କରି ପ୍ରଶାନ୍ତ କିନି ଲେଖିଛନ୍ତି ଯେ ପୂର୍ବରୁ ମୁଁ କହିଥିଲି ଅଗଷ୍ଟ ୨୦୨୪ ଶେଖ ହସିନାଙ୍କ ପାଇଁ ଅତ୍ୟନ୍ତ କଠିନ ରହିବ। ଏପରିକି ନିଜ ଦେଶ ଛାଡି ପଳାଇ ପାରନ୍ତି। ୨୦୨୪ ଜାନୁଆରୀ ୧୩ରେ ମଧ୍ୟ ବାଂଲାଦେଶକୁ ନେଇ ଜ୍ୟୋତିଷ ପ୍ରଶାନ୍ତ କିନି ଭବିଷ୍ୟବାଣୀ କରିଥିଲେ। ବାଂଲାଦେଶରେ ୨୦୨୫ ଅଗଷ୍ଟରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ସାମରିକ ଆକ୍ରମଣ ହୋଇପାରେ। ଏହି ସମୟରେ ଶେଖ ହସିନାଙ୍କୁ ହତ୍ୟା କରିବା ପାଇଁ ଅନେକ ପ୍ରୟାସ କରାଯାଇପାରେ। ତେବେ ପ୍ରଶାନ୍ତଙ୍କ ଭବିଷ୍ୟବାଣୀ ହେବାର ମାତ୍ର କିଛି ମାସରେ ହସିନାଙ୍କ ସରକାର ବାଂଲାଦେଶରେ କ୍ଷମତାଚ୍ୟୁତ ହୋଇଛନ୍ତି।

ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ତାଙ୍କୁ ଭାରତ-ବାଂଲାଦେଶ ସମ୍ପର୍କ କଥା ପଚାରୁଛନ୍ତି। ତେବେ ଏଥିରେ ସେ କହିଛନ୍ତି ବାଂଲାଦେଶରେ ଆଗାମୀ ସରକାର ଆସିଲେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରନ୍ତି। କିନ୍ତୁ ବାଂଲାଦେଶର ଲୋକମାନେ ଭାରତକୁ ଘୃଣା କରୁଛନ୍ତି। ବାଂଲାଦେଶକୁ ଭାରତର ଆବଶ୍ୟକତା ରହିଛି। ଏହି କାରଣରୁ କ୍ଷମତାରେ ଆସିବାକୁ ଥିବା ସରକାର ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ହେବ। ଭାରତକୁ କିନ୍ତୁ ବାଂଲାଦେଶ ପ୍ରତି ସତର୍କ ରହିବା ଜରୁରୀ।

ବାଂଲାଦେଶ ସ୍ଥିତି ଉପରେ ନଜର ରହିଛି-ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର

Comments are closed.