www.samajalive.in
Friday, December 5, 2025
23.1 C
Bhubaneswar

ବାଂଲାଦେଶ ସ୍ଥିତି ଉପରେ ନଜର ରହିଛି-ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶ ସ୍ଥିତି ବିଗିଡିବା ପରେ ଭାରତ ସୀମାରେ ହାଇଆଲର୍ଟ। ଭାରତ-ବାଂଲାଦେଶ ସୀମରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଏସଏଫ ଫୋର୍ସ ସଂଖ୍ୟାକୁ ବଢାଇ ଦିଆଯାଇଛି। ବାଂଲାଦେଶ ସ୍ଥିତିକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥରେ ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଜରୁରୀ ବୈଠକରେ ଏସ୍‌‌ ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶ ସ୍ଥିତି ଉପରେ ନଜର ରଖାଯାଇଛି। ସୂଚନା ଅନୁସାରେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡିଥିଲେ ଶେଖ ହସିନା। ଏହା ସତ୍ୱେ ଦେଶରେ ହିଂସା ବନ୍ଦ ହୋଇନାହିଁ। ଆନ୍ଦୋଳନକାରୀ ମାନେ ସଂଖ୍ୟାଲଘୁଙ୍କ ସହ ହିନ୍ଦୁ ଓ ହସିନାଙ୍କ ଆୱାମୀ ଲିଗର ସମର୍ଥକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories