www.samajalive.in
Wednesday, November 12, 2025
19.1 C
Bhubaneswar

ରାସ୍ତା ବିବାଦ ; ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ,ତେଜୁଛି ଅସନ୍ତୋଷ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲଠାରେ କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(ବୌଦ୍ଧ) ବିଦ୍ୟାଳୟ ପ୍ରତିଷ୍ଠା ପରେ ଜିଲ୍ଲାର ସବୁ ବର୍ଗର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ମୁକ୍ତ ଶିକ୍ଷାଦାନ ପାଇଁ ବଡ ଆଶା ସଂଚାର ହୋଇ ଥିଲା। ମାତ୍ର ଗତ ସାଧାରଣ ନିର୍ବାଚନ ମତଦାନର (ଦୁଇଦିନ) ପୂର୍ବରୁ ଶିକ୍ଷାନୁଷ୍ଠାନର ରାସ୍ତା ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେବା ଅଭିଯୋଗରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ କିଛି ସ୍ଥାନୀୟଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣା ଦେଖିବାକୁ ମିଳିଥିଲା। ଯାହାଫଳରେ କିସ କର୍ତ୍ତୃପକ୍ଷ ଚଳିତ ବର୍ଷ ଶିକ୍ଷା ବର୍ଷ ଠାରୁ ପାଠପଢା ଶୁଭାରମ୍ଭ ପାଇଁ ସମସ୍ତ ପ୍ରକିୟା ଚୂଡାନ୍ତ କରିଥିଲେ ସୁଦ୍ଧା ଏଭଳି ବିରୋଧ ଯୋଗୁଁ ଚଳିତ ବର୍ଷ ପାଠପଢା ଆରମ୍ଭ ହୋଇ ପାରିନାହିଁ। ଯାହା ଫଳରେ ଜିଲ୍ଲାର ଶହ ଶହ ଗରିବ ଛାତ୍ରଛାତ୍ରୀ ମୁକ୍ତ ଶିକ୍ଷାଦାନରୁ ବଂଚିତ ହେବା ଘଟଣା ସମ୍ପ୍ରତି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବୁଧଙ୍କ ଓଲଟା ଚଳନ ଆରମ୍ଭ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ମିଳିବ ଧନ..

- Advertisement -

ଖାଲି ସେତିକି ନୁହେଁ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଏକ ଆନ୍ଦୋଳନ ଦାନା ବାନ୍ଧୁଥିବା ବଡ ଆଭାଶ ମିଳୁଛି। ପ୍ରକାଶ ଯେ ବୌଦ୍ଧ ଭଳି ଏକ ଅନୁନ୍ନତ ଜିଲ୍ଲାର ଉତ୍ତମ  ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଗାଇବା ଲକ୍ଷ୍ୟରେ କିସ ପକ୍ଷରୁ ଏକ ଶିକ୍ଷାନୁଷ୍ଠାନ ଏବଂ ମେଡିକାଲ ଖୋଲିବା ନିମନ୍ତେ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। ପ୍ରଥମରୁ ଷଷ୍ଠ ଶ୍ରେଣୀର ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁକ୍ତଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଚଳିତବର୍ଷ ଅନଲାଇନ ଜରିଆରେ ଆବେଦନ ପତ୍ର ଗ୍ରହଣ କରାଯାଇ ନାମଲେଖା ପାଇଁ ପ୍ରକିୟା ଆରମ୍ଭ ହେବାକୁ ଯାଉଥିଲା। ଚଳିତବର୍ଷ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ୧୨ଟି ସେକସନରେ ୪୮୦ ଛାତ୍ରଛାତ୍ରୀ ପାଠପଢିବା ନିମନ୍ତେ ବନ୍ଦୋବସ୍ତ ସହ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ହୋଇ ସାରିଥିଲା। ପରିସରରେ ଶହେ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସପିଟାଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ମାତ୍ର ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନ ରାସ୍ତା ଗୋଚର ଜମିରେ ନିର୍ମାଣକୁ ନେଇ କିଛି ଲୋକଙ୍କ ବିରୋଧ ଯୋଗୁଁ ଚଳିତବର୍ଷ ଶିକ୍ଷାନୁଷ୍ଠାନ ଖୋଲି ପାରିଲାନାହିଁ। ଯାହା ଫଳରେ ଅଂଚଳର ଗରିବ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହେବା ଘଟଣା ସବୁ ମହଲରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ଏଭଳି ବିରୋଧ ଫଳରେ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରମଧ୍ୟକୁ ଠେଲି ହୋଇଯାଇଛି। ଗରିବ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories