www.samajalive.in
Friday, December 5, 2025
26.1 C
Bhubaneswar

ସମସ୍ୟା ଘେରରେ ବାଦିକଟା ବିଦ୍ୟାଳୟ

ବାଉଁଶୁଣି: ବୌଦ୍ଧ ବ୍ଲକ ଅଁଳାପାଲୀ ପଞ୍ଚାୟତ ଅନ୍ତର୍ଗତ ବାଦିକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(୧୯୧୦) ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ପୂରାତନ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଜଣେ ଶିକ୍ଷକ ଓ ଚାରିଜଣ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଦିଆଯାଇ ନାହିଁ। ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ନିଯୁକ୍ତି ପାଇଁ ଗତ ୩.୧୧.୨୦୨୩ ରିଖରେ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଏକ ଦାବିପତ୍ର ଜିଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦିଆ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ବିଦ୍ୟାଳୟକୁ ପାଚେରୀ, ଅତିରିକ୍ତ ଶ୍ରେଣୀ ଗୃହ ଓ ବିଦ୍ୟାଳୟ ପରିସରରେ କାଦୁଅ ହେଉଥିବା ଖାଲୁଆ ସ୍ଥାନଗୁଡିକର କଂକ୍ରିଟକରଣ, ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ନତ ମାନର ପାଇଖାନା ନିର୍ମାଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରି ଆସୁଛନ୍ତି। ବିଦ୍ୟାଳୟର ସମସ୍ୟା ସମାଧାନ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହିତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ଆସନ୍ତା ୧୫ ଦିନ ଭିତରେ ନ କଲେ, ବିଦ୍ୟାଳୟ କମିଟି ଫାଟକରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories