www.samajalive.in
Wednesday, December 10, 2025
16.1 C
Bhubaneswar

ସମସ୍ୟା ସମାଧାନ ନ ହେଲେ ଭୋଟ୍ ବର୍ଜନ 

କଲ୍ୟାଣସିଂହପୁର: ଗାଁ କୁ ରାସ୍ତା ନାହିଁ ତ ଭୋଟ ନାହିଁ ଏଭଳି ବୈଠକର କରି କିଛି ଚରମ ବାଣୀ ଶୁଣାଇଛନ୍ତି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡ଼ ଗ୍ରାମବାସୀ। ଆମ ଗାଁ କୁ ରାସ୍ତା ନାହିଁ ସରକାର ତମେ କାହାପାଇଁ । ଆମ ଗାଁ କୁ ପାଣି ନାହିଁ ଭୋଟ୍ ଆମେ ଦେବୁ କାହା ପାଇଁ। ଏଭଳି କିଛି ନାରା ସହ ଗାଁ ରେ  ବୈଠକ ବସିଛନ୍ତି ଗାଁ ଲୋକେ। ଏକତ୍ରିତ ହୋଇ ନିଷ୍ପତ୍ତି ନେଇଛନ୍ତି ଚଳିତ ନିର୍ବାଚନ ରେ ଭୋଟ ଦେବେ ନାହିଁ।  କାରଣ ପାନୀୟ ଜଳ ପାଇଁ  ଗାଁ ଲୋକଙ୍କୁ କରିବାକୁ ପଡୁଛି ସଂଘର୍ଷ ।ପାଣି ମୁନ୍ଦକ ପାଈଁ ଲୋକଙ୍କୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ ଖାଲ ଢେପ ଭରା ନଦୀ କୁଳକୁ।
ନଦୀ କୂଳରେ ଚୁଆଁ । ଚୁଆଁ ରୁ ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତ କତାଗୁଡ଼ ଗାଁରେ ।କେବଳ ସମସ୍ୟା ଏତିକି ରେ ସିମୀତ ନୁହେଁ ଗାଁ କୁ ଯିବାକୁ ପକ୍କା ରାସ୍ତା ନାହିଁ । ରାସ୍ତା ନଥିବାରୁ ଅନେକ ଅସୁବିଧା ର ସମୁଖୀନ ହୁଅନ୍ତି ଗାଁ ଲୋକେ । ବର୍ଷା ଦିନେ ଏହି ସମସ୍ୟା ଉତ୍କଟ ହୋଇ ଉଠେ ସାମାନ୍ୟ ଜ୍ଵର କିମ୍ବା ପ୍ରସବ ମହିଳା ସେମାନଙ୍କ ନିମନ୍ତେ ଖଟିଆ ହିଁ ଭରସା। ଏବଂ ଗାଁ ଟି ନାଗାବଳୀ ନଦୀ କୂଳରେ ରହିଥିବାରୁ, ବର୍ଷା ଦିନ ନଦୀ ସ୍ରତବଢି ନଦୀ କୁଳ ଖାଇଯାଏ । ସମୟ ଥାଉନୁ ଯଦି ନଦୀ କୂଳରେ ପଥର ବନ୍ଧା ନଯାଏ ନାଗାବଳୀ ନଦୀ କୋଳ ରେ ଗାଁ ଲୀନ ହୋଇଯିବା ନେଇ କହିଛନ୍ତି ଗାଁ ଲୋକେ।
ଗାଁ ଯିବାକୁ ସମସ୍ୟା ହେଉଥିବାରୁ ବିଗତ ଦିନରେ ଗାଁ ଲୋକେ ଏକତ୍ରିତ ହୋଇ ନିଜେ ଶ୍ରମ ଲାଗି ରାସ୍ତା ନିର୍ମାଣ କରିଥିଲେ ।ଏ ସବୁ ସମସ୍ୟା ନେଇ ସ୍ତାନୀୟ ନେତା ଠୁ ଆରମ୍ଭ କରି ବ୍ଳକ ତଥା ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ ଆଜି ଯାଏଁ କୌଣସି ସମସ୍ୟା ସମାଧନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।  ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ଏବଂ କେବେ ମୌଳିକ ସମସ୍ୟାରୁ ବଞ୍ଚିତ ହେଉଛି ଗାଁ । ଯଦି ଆମ ସମସ୍ୟା ସମାଧାନ କରାନ ଗଲେ ଭୋଟ୍ ବର୍ଜନ କରିବାକୁ ପଛାଇବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories