ପାର୍ଶାଲିରେ ମାଓ ବିରୋଧୀ ପୋଷ୍ଟର

କଲ୍ୟାଣସିଂହପୁର : ବିଭିନ୍ନ ସମୟରେରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର, ବ୍ୟାନର ଦେଖିବାକୁ ମିଳୁଥିବା ବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ପୁରୁଣା ଡଙ୍ଗରିଆ କନ୍ଧ କାର୍ଯ୍ୟାଳୟ ପାଚେରୀ ଓ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥ ଠାରେ ଦୁଇ ଦୁଇଟି ଲେଖାଏଁ ମାଓ ବିରୋଧି ପୋଷ୍ଟର ଗୁଡିକ ଲାଗିଥିବା ଦେଖିବାକୁ ମିଳିଛି ।

ରାଜଧାନୀରେ ଚାଂଚଲ୍ୟ ; ଯୁବତୀଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗିଲେ


ଏହି ପୋଷ୍ଟର ଉନ୍ନତ ଓ ସମୃଦ୍ଧ ଓଡ଼ିଶା ସଭ୍ୟ ବୃନ୍ଦ ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ପୋଷ୍ଟରରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ କିଛି ସଂଗଠିତ ଦୃଷ୍ଟି ଚରିତ୍ର ଲୋକ ଅଞ୍ଚଳର ଉନ୍ନତିରେ ବାଧା ଦେଉଛନ୍ତି । ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଉନ୍ନତିରେ ବାଧକ ସାଜିଛନ୍ତି। ଦୀର୍ଘଦିନ ପରେ ଓଡ଼ିଶାବାସୀ ସେମାନଙ୍କର ପ୍ରକୃତ କାର୍ଯ୍ୟଶୈଳୀ ଜାଣିସାରି ସେମାନଙ୍କୁ ଆଉ ଗ୍ରହଣ କରୁ ନାହାନ୍ତି । ପ୍ରଥଭ୍ରଷ୍ଟ ଯୁବକ ଯୁବତୀ ସେମାନଙ୍କ କଥାରେ ପଡି କିଛି ଦିନ ସେମାନଙ୍କ ସହିତ ରହି କାର୍ଯ୍ୟ କଳାପରେ ସତ୍ୟତା ଉପଲବ୍ଧ କରି ମୁଖ୍ୟ ସ୍ରୋତକୁ ଫେରି ଆସଲେଣି । ଏବେ  କିଛି ଓଡ଼ିଆ ଯୁବକ ଯୁବତୀ ଯେପରି ନିଖିଲ, ଇନ୍ଦୁ ସେମାନଙ୍କ ସହିତ ରହି ନିଜର ମାଟି ଓ ଲୋକଙ୍କ ବିରୁଦ୍ଧରେ ଯାଉଛନ୍ତି । ବାହାରୁ ଆସିଥିବା ଛତିଶଗଡିଙ୍କୁ ସାହାଯ୍ୟ କରୁଛନ୍ତି । ଏହି ଦୁଇ ଜଣ କେବଳ ନିଜ ଲୋକଙ୍କ ବିରୁଦ୍ଧରେ ଯାଉନାହାନ୍ତି କଣ୍ଟ୍ରାକ୍ଟର, ଚୋରା ନିଶା ବେପାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଏହି ଦୁଇ ଜଣଙ୍କୁ ଧରାଇଦେବା ପାଇଁ ସରକାର ୨୦ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ରାଜ୍ୟଦ୍ରୋହୀ, ଅମାନବିକ, ଲମ୍ପଟ ନିଖିଲକୁ ସହଯୋଗ ନକରି ଗାଁକୁ ଆସିଲେ ଧରାଇ ଦେବା ପାଇଁ ସହଯୋଗ କରନ୍ତୁ ବୋଲି ଉଲ୍ଲେଖ ରହିଛି ।

Comments are closed.