ଦେବଗିରି ମହାବିଦ୍ୟାଳୟରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ସଦରରେ ଥିବା ଦେବଗିରି ମହାବିଦ୍ୟାଳୟରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ଯୋଗେଶ୍ୱର ଗରଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ‘କ’ ଜୋନର ଜିଲାପରିଷଦ ବାରାଟମ ୱାରା ପ୍ରସାଦ ରାଓ, ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ସମ୍ପାଦକ ଏଙ୍କେଟେଶ୍ବର ପାଢ଼ୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ଶିକ୍ଷା ପାଇଁ ନୂଆ-ଓ ଛାତ୍ରବୃତ୍ତି ସହାୟକ ହେବ ବୋଲି ଅତିଥିମାନେ ମତ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ଛାତ୍ର ବୃତ୍ତି ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ମହାବିଦ୍ୟାଳୟର ଛାତ୍ରଙ୍କୁ ୯ହଜାର ଟଙ୍କା ଓ ଛାତ୍ରୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ତାଙ୍କ ନିଜ ନିଜ ଆକାଉଣ୍ଟକୁ ଦିଆଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ସରିତା ପାତ୍ର, ସୁନିତା ଗୌଡ଼ ସମେତ ଗଣେଷ ରାଉତ, ମାନସ ପାଢ଼ୀ, ଜଗନ୍ନାଥ ପାଡାଲୁ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Comments are closed.