କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା ଖଟଗନ୍ତା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ହୋଲି ଉପଲକ୍ଷେ ଦୁଇଦିନ ଧରି ବିଦ୍ୟାଳୟ ବନ୍ଦ ରହିଥିଲା। ଉକ୍ତ ବିଦ୍ୟାଳୟ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ରେ ମୋଟ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି। ତାହା ଆଜି ବିଦ୍ୟାଳୟ ଖୋଲା ରହିଥିବାରୁ ବିଦ୍ୟାଳୟ ରେ କେବଳ ଛାତ୍ର ଛାତ୍ରୀ ରହିଥିବା ବେଳେଶିକ୍ଷକ ଅନୁପସ୍ଥିତ ରହିଥିବାଦେଖିବାକୁ ମିଳିଛି। ବିଦ୍ୟାଳୟର ତାଲା ରୋଷେୟା ଲକ୍ଷ୍ମୀ ତିଆକା ଖୋଲିଥିଲେ। ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ରହିଥିବା ଯୋଗୁଁ ଛାତ୍ର ଛାତ୍ରୀ ମଧ୍ୟରେ ପାଟି ତୁଣ୍ଡ ହେଉଥିଲେ ଏହାକୁ ନେଇ ଗ୍ରାମବାସୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଟ୍ରେନିଂ ରେ ଥିବା ଶିକ୍ଷକଙ୍କୁ ପଠାଇଥିଲେ।
Popular Categories



