www.samajalive.in
Tuesday, December 9, 2025
16.1 C
Bhubaneswar

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା

କଲ୍ୟାଣସିଂହପୁର: ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାୟଗଡାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ଲମ୍ବତା ସାହିର ବାସିନ୍ଦା ମନୋରଞ୍ଜନ ଲମ୍ବତାଙ୍କ କିଛି ଦିନ ହେବ ଦେହ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସିତ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ପାଖରେ ମାଆ ବୈଦେଇ ଲମ୍ବତା ଓ ସ୍ତ୍ରୀ ଅନିତା ଲମ୍ବତା, ବିଧବା ନାନୀ କୁନି ରହିଥିଲେ । ଏହି ଖବର କଲ୍ୟାଣସିଂହପୁର ପରିବାର ଓ ସମ୍ପର୍କୀୟ ଶୁଣିଥିଲେ । ମନୋରଞ୍ଜନଙ୍କ ମର ଶରୀର କିପରି ଗାଁକୁ ଆସିବ ସେ ବିଷୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସଙ୍କୁ ଅବଗତ କରିଥିଲେ । ସେ ଜଣେ ଅତି ଗରିବ ଶ୍ରେଣୀର ଲୋକ। ତାଙ୍କର ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଛି । ତାଙ୍କ ମରଶରୀର କିପରି ଗାଁରେ ପହଞ୍ଚିବ ଆଲୋଚନା କରିଥିଲେ । ଏହାକୁ ନେଇ ସୁଧୀର ଦାସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଯୋଗାଯୋଗ ପାଇଁ କହିଥିଲେ । ଏହି ବିଷୟ ଶୁଣି ବିଧାୟକଙ୍କ ନିର୍ଦେଶ ପାଇ ସଂଯୋଜକ ଗିରିଜଙ୍କ ସମେତ ମହାନଗରର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ଚିତ୍ରସେନ ମହାପାତ୍ର, ଅବସରପ୍ରାପ୍ତ ପୁଲିସ ସାମାଜିକ କର୍ମୀ ଟି ବିଜୟ ରାଓ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ମନୋରଞ୍ଜନଙ୍କ ମର ଶରୀର କିପରି ଗାଁରେ ପହଞ୍ଚିବ ରୋଗିବୁହା ବା ଶବ ବୁହା ଗାଡିର ବ୍ୟବସ୍ଥା କରିଥିଲେ । ଯାହାଫଳରେ ଶବ ସୁବିଧାରେ ପହଞ୍ଚି ଥିବାରୁ ସହାୟତା କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ପରିବାର ପକ୍ଷରୁ ହୃଦୟଭାର କୃତଜ୍ଞତା ଜଣାଇଥିଲେ ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories