www.samajalive.in
Sunday, December 14, 2025
23.1 C
Bhubaneswar

ଶହୀଦ ପୀଠରୁ ପବିତ୍ର ମୂର୍ତ୍ତିକା ସଂଗ୍ରହ

କଲ୍ୟାଣସିଂହପୁର: ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଥିବା ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ତଥା ରାଜ୍ୟର ସମସ୍ତ ସହିଦ ପୀଠ ମାନଙ୍କରୁ ପବିତ୍ର ମୂର୍ତ୍ତିକା ସଂଗ୍ରହ କରାଯାଇଛି। ସେଥିରୁ ମଧ୍ୟ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ବିନିସପୁର ଗ୍ରାମର ୭ଜଣ ସହିଦ ହୋଇଥିବା ସ୍ଥାନରୁ ମଧ୍ୟ ପବିତ୍ର ମୂର୍ତ୍ତିକା ସଂଗ୍ରହ କରି ନିଆଯାଇଥିବା ଦେଖିବାକୁ ମିଳିଛି। ଶହୀଦ ମାନଙ୍କୁ ମାନେପକାଇବା ସହ ତାଙ୍କ ବଳିଦାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ପରି କାର୍ଯ୍ୟ କରାଯାଇଛି। ମୂର୍ତ୍ତିକା ସଂଗ୍ରହ କରିବା ବେଳେ ବିଡ଼ିଓ ତାପସ କୁମାର ଭୋଇ, ସରପଞ୍ଚ ଗୌତମ ବାର୍ଲି, ବିପିଏମ କଳ୍ପତରୁ ବେହେରା, ସିରିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିଶଣ ଚିଛୁଆନ ଛାତ୍ର ଛାତ୍ରୀ, ଅନ୍ୟ ଶିକ୍ଷକ, ଜନସାଧାରଣ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ମୂର୍ତ୍ତିକା ସଂଗ୍ରହ କରି ଜିଲା ସୂଚନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ତାହା ଦିଲ୍ଲୀକୁ ପଠାଯିବ ବୋଲି ଜଣାପଡିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories