www.samajalive.in
Tuesday, December 9, 2025
16.1 C
Bhubaneswar

କ୍ଷୁଦ୍ର ଚାଷୀ ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସହାୟତା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହରେ ବାୟୋଷ୍ଟାଟ ସାଇଡ ଇଣ୍ଡିଆ ଲିମିଟେଡ଼ କମ୍ପାନୀ ପ୍ରତିଷ୍ଠା ଅବସରରେ କ୍ଷୁଦ୍ର ଚାଷୀ ଓ ଗରିବ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ‘କ’ ଜୋନର ଜିଲାପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରି ଶବର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୁଡୁଲ୍ଲା ନାଗେଶ, ବାୟ ସାଇଡ ଇଣ୍ଡିଆ ଲିମିଟେଡ଼ କମ୍ପାନୀର ପରିଚାଳକ ସୁମନ କୁମାର ଚାଟାର୍ଜୀ, ମାର୍କେଟିଂ ଅଧିକାରୀ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ। କମ୍ପାନୀର ପ୍ରତିଷ୍ଠା ଦିବସରେ ପ୍ରତ୍ୟେକ ବର୍ଷ ଭାରତୀୟ ସ୍ତରରେ କ୍ଷୁଦ୍ର ଚାଷୀ ଓ ଗରିବ ଶ୍ରେଣୀର ୪୦୦୦ ଛାତ୍ରଛାତ୍ରୀଙ୍କୁ କଲରସିପି ପ୍ରଦାନ କରି ଆସୁଛନ୍ତି । ଚଳିତ ବର୍ଷ ଉକ୍ତ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରି ସହାୟତା ରାଶି ନିଜ ନିଜ ବ୍ୟାଙ୍କ ଆକାଉଣ୍ଟକୁ ୨୫୦୦ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଉଚ୍ଚବିଦ୍ୟାଳୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories