www.samajalive.in
Saturday, December 6, 2025
16.1 C
Bhubaneswar

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଓ କୋଲନର ବ୍ଲକ ସୀମାନ୍ତ ଗାଡିଶେଷଖାଲ ଗାଁ ନିକଟସ୍ଥ ଭାଲିଆ ତୋଟା ଠାରେ ସିପିଆଇ (ଏମ୍ ଏଲ)ଲିବରେସନ ର ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ଆହ୍ୱାନ କ୍ରମେ ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ପ୍ରାସ୍କାଙ୍କ ନେତୃତ୍ୱରେ ସିପିଆଇ ଲିବରେସନର ସାଧାରଣ ସମ୍ପାଦକ କମ୍ରେଡ଼ ଚାରୁ ମଜୁମଦାରଙ୍କ ୫୦ତମ ଶହୀଦ ଦିବସ ପାଳନ କରାଯାଇଛି । ଭାରତର ବୈପ୍ଲବୀକ କମ୍ୟୁନିଷ୍ଟ ଆନ୍ଦୋଳନରେ ଚାରୁ ମଜୁମଦାରଙ୍କ ଗୌରବମୟ ପ୍ରେରଣା ଭାରତକୁ ଏକ ମାର୍ଗ ଦର୍ଶନ ଦେଇଛି । ସେ ବର୍ଷ ବର୍ଷ ଧରି କୃଷକ ଆନ୍ଦୋଳନର କମ୍ୟୁନିଷ୍ଟ ସଂଗଠକ ଓ ଐତିହାସିକ ତେଭାଗା ଆନ୍ଦୋଳନର ସଂଗଠକ ଭାବେ କାର୍ୟ୍ୟ କରି ଆସୁଥିଲେ । କମ୍ରେଡ଼ ଚାରୁ ମଜୁମଦାର ଶହୀଦ ହେବାର ୫୦ବର୍ଷ ପରେ ଲୋକଙ୍କର ଜୀବନ ଜୀବିକା ଏକ ସଂକଟରେ ରହିଛି । ଗଣତନ୍ତ୍ରକୁ ଫାସିଷ୍ଟ ସିପିଆଇ (ଏମ୍ ଏଲ)ଲିବରେସନ ଏକ ଗୁରୁ ଦାୟିତ୍ୱ ଭାବେ କାମ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେବା ସହ ଓ ସଂକଳ୍ପ କରିଥିଲେ । ଏ ପରିପ୍ରେକ୍ଷୀରେ ସିପିଆଇ (ଏମ୍ ଏଲ)ଲିବରେସନ ର ୨୦୨୩ ମସିହା ୧୫ ଫେବୃଆରୀ ଠାରୁ ୨୦ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ସର୍ବଭାରତୀୟ ସମ୍ମିଳନୀ ସଫଳ କରିବା ପାଇଁ ବିଭିନ୍ନ ଗଣ ସଂଗଠନ ସଭ୍ୟ ସଂଗ୍ରହ ଓ ବ୍ଲକଜିଲା ରାଜ୍ୟ ସ୍ତରୀୟ ସମ୍ମିଳନୀକରିବା ପାଇଁ ଆହ୍ୱାନ ଦେଇଛନ୍ତି ।ଏଥିରେ ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା ମୂର୍ତ୍ତୀ ମିଣିଆକା, ଲାଛନା ମାଣ୍ଡାଙ୍ଗି,ଅଣ୍ଟାରି ଅଟକା, ସିପିଆଇ (ଏମ୍ ଏଲ)ର ସଦସ୍ୟ ମେଦିରି ଗରଡ଼ିଆ, ପି ନାଗରାଜ,ଚୈତନ୍ୟ ଗରଡ଼ିଆ, ସୁନ୍ଦରମଣି ମିଣିଆକା, ତ୍ରିନାଥ ଉଲାକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories