www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ କାମ କରୁଥିଲେ ଜାଣି ରଖନ୍ତୁ

ଆଧୁନିକ ଜୀବନଶୈଳୀ ମଧ୍ୟରେ କମ୍ପ୍ୟୁଟର ସାମ୍‌ନାରେ ଅଧିକ ସମୟ ବସି କାମ କରିବା, ଗାଡି ଚଳାଇବା ଆଦି ଆଖି ଉପରେ ଚାପ ସୃଷ୍ଟି କରେ।
ଆଖି କ୍ଳାନ୍ତ ହେଉଥିବା ନେଇ କେତେକ ଲକ୍ଷଣରୁ ମଧ୍ୟ ଜାଣିପାରିବେ…
– ମୁଣ୍ଡବ୍ୟଥା, ବେକ ଦରଜ ହେବା, ପିଠି ଯନ୍ତ୍ରଣା, ଆଖି କୁଣ୍ଡାଇହେବା, ବେଳେବେଳେ ଆଖି ଜକାଇବା ନଚେତ ପୂରା ଶୁଖିଲା ଲାଗିବା, ଆଖି ଖୋଲିବାରେ ସମସ୍ୟା, କାନ୍ଧରେ ଯନ୍ତ୍ରଣା ଇତ୍ୟାଦି।
ଆଖି କ୍ଳାନ୍ତ ହେବାର କେତେକ ବିଶେଷ କାରଣ ରହିଥିବା ବେଳେ କ୍ଳାନ୍ତି ଲାଗିବା ଏଥିରୁ ପ୍ରମୁଖ। କମ୍‌ ଆଲୋକରେ ନିରେଖି ଦେଖିବା, ଦୀର୍ଘଯାତ୍ରାରେ ଗାଡି ଚଳାଇ ଯିବା, ଆଖିକୁ ବିଶ୍ରାମ ନମିଳିବା, ଅଧିକ ସମୟ ପଢିବା, ଆଖିରେ କୌଣସି ପ୍ରକାର ସମସ୍ୟା, ଭୁଲ୍‌ ମୁଦ୍ରାରେ ବସି ରହିବା, ଖାଲି ଆଖିରେ କିମ୍ବା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରି କମ୍ପ୍ୟୁଟର ନଚେତ ଫୋନ୍‌କୁ ବହୁସମୟ ଦେଖିବା ତଥା ହିଟର, ଏସି, ଫ୍ୟାନ୍‌ ଆଦି ସଂସ୍ପର୍ଶ​‌​‌ରେ ବେଶୀ ସମୟ ଆସିଲେ ଆଖି କ୍ଳାନ୍ତ ହୋଇଯାଏ।

ଏପରି ସମସ୍ୟା ନିରାକରଣର ପ୍ରମୁଖ ଉପାୟ ହେଉଛି ପଢିବା କିମ୍ବା କାମ କରିବା ସମୟରେ କମ୍ପ୍ୟୁଟର ସାମ୍‌ନାରେ କ୍ରମାଗତ ବସିରହିବା ଅଭ୍ୟାସ ଛାଡନ୍ତୁ। ମଝିରେ ମଝିରେ ବିରତି ନେଲେ ମାଂସପେଶୀର ଉତ୍ତେଜନା କମ୍‌ ହୋଇ ଆଖି ଆରାମ ପାଇବ। କିଛି ସମୟ ବ୍ୟବଧାନରେ ଆଖିରେ ପାଣି ଛାଟି ଧୁଅନ୍ତୁ। ଏହା ଆଖିକୁ ଆର୍ଦ୍ର ରଖିବା ସହ ଆରାମ ଦେବ। ଟିଭି କିମ୍ବା ଲ୍ୟାପ୍‌ଟପ ଚଳାଉଥିଲେ ଆଖପାଖରେ ପର୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା ରଖନ୍ତୁ। କମ୍‌ ଆଲୋକରେ ବୈଦ୍ୟୁତିକ ଉପକରଣର ବ୍ୟବହାର ଆଖି ପାଇଁ କ୍ଷତିକାରକ ହୋଇଥାଏ। ଆଖିରେ ଅଧିକ ଯନ୍ତ୍ରଣା ହେଉଥିଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories