କଲମପୁର : ବିପର୍ଯ୍ୟସ୍ତ ହୋଇ ପଡିଛି ବଙ୍କାପଲା ପଦରପଡା ରାସ୍ତା । ସରପଂଚ ଠାରୁ ସାଂସଦ ବି.ଡିଓଙ୍କ ଠାରୁ ଜିଲ୍ଲାପାଳ ସମସ୍ତଙ୍କ ଠାରେ ରାସ୍ତା ଖଣ୍ଡକ ପାଇଁ ଗୁହାରୀ କଲେ ମଧ୍ୟ ରାସ୍ତାର ନିର୍ମାଣ ହେ।ଇ ପାରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଅସହାୟ ଗ୍ରାମବାସୀ ନିଜ ଉଦ୍ୟମରେ ଶ୍ରମଦାନ କରି ଗତ ୨୦୦୮ ମସିହାରେ ରାସ୍ତା ନିର୍ମାଣ କରିଥିଲେ। ଶେଷରେ ରାସ୍ତା ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ଦୀର୍ଘ ସମୟ ଧରି କଲମପୁର ଜୁନାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ପ୍ରତିଶ୍ରୁତି ମିଳିଲା ରାସ୍ତା ନିର୍ମାଣର। ମାତ୍ର ଆଜି ମଧ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ।
ଏହି ପଡାରେ ପଛୁଆ ବର୍ଗ ଓ ଅନୁସୁଚିତ ଜାତି ବର୍ଗର ପ୍ରାୟ ୮୦ ପରିବାରର ୫ଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ପରିତାପର ବିଷୟ ଦୀର୍ଘ ୧୫ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ। ଯେଉଁଥିପାଇଁ ଏହି ରାସ୍ତାରେ ଆମ୍ବୁଲ।ନ୍ସ ଯିବା ସମ୍ଭବ ହେ।ଇନଥାଏ। ବହୁ କଷ୍ଟରେ ଖଟିଆରେ ବୋହି ରୋଗୀ ଅଥବା ଗର୍ଭବତୀଙ୍କୁ ଛକ ପର୍ଯ୍ୟନ୍ତ ନିଆଯାଇଥାଏ ବୋଲି ଗ୍ରାମର ପଙ୍କଜ ବିହାର ଓ ସଞ୍ଜୟ କୁମାର ଦୁଇ ଯୁବକ ମତବ୍ୟକ୍ତ କରିଥିବା ବେଳେ ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବା ସ୍ୱୀକାର କରିଛନ୍ତି ଦେପୁର ସରପଂଚ ଟିଙ୍କଲ ପାତ୍ର। ଅନ୍ୟପଟେ ଗାଁରୁ ଥିବା ରାସ୍ତାରେ ଆମ୍ବୁଲ।ନ୍ସ ଯାତାୟତ କରି ପାରିବ ବୋଲି ସ୍ପଷ୍ଟ କରିଥିଲେ। ଏହାସହ ଦୟନୀୟ ଅବସ୍ଥାରେ ଥିବା ରାସ୍ତା ତୁରନ୍ତ ମରାମତିର ପଦକ୍ଷେପ ନିଆଯିବ ବୋଲି ସୁଚନା ଦେଇଛନ୍ତି।
ବିପର୍ଯ୍ୟସ୍ତ ହୋଇ ପଡିଛି ବଙ୍କାପଲା ପଦରପଡା ରାସ୍ତା
Popular Categories



