କଲମପୁର : ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ଜନକ। ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଗ୍ରାମାଂଚଳରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ଯୋଗୁଁ ଏବେ ଅନେକ ଶିିକ୍ଷିତ ଯୁବକ ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିଯିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ଯୁବକ ମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଛି।
ଭାରତ ସରକାରୀଙ୍କ ଦୀନ ଦୟାଲ ଗ୍ରାମୀଣ କୌଶଲ ବିକାଶ ଓ ଓଡିଶା ସରକାରଙ୍କ ସ୍କିଲ ଓଡିଶା ମାଧ୍ୟମରେ ଗ୍ରାମାଂଚଳରେ ଥିବା ଶିକ୍ଷିତ ବେକାରୀ ମାନଙ୍କୁ ବିଭିନ୍ନ ଟ୍ରେଡ ରେ ତାଲିମ ପ୍ରଦାନ କରାଯାଇ ସେମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଗୁରୁବାର କଲମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂ ହଲ ଠାରେ ଭାରତ ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ସ୍କିଲ ଓଡିଶା ତରଫରୁ ଗ୍ରାମାଂଚଳର ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ ନେଇ ଶାହାନା କମ୍ପାନୀ ତରଫରୁ ପଞ୍ଜିକରଣ କରାଯାଇଥିଲା।
ଏଥିରେ ବ୍ଲକର ୮୮ ଜଣ ଯୁବକ ଯୁବତୀ ତାଲିମ ନେବାପାଇଁ ନିଜ ନିଜ ନାମ ପଞ୍ଜିକରଣ କରାଇଥିଲେ। ଏହି ପଞ୍ଜିକରଣ ଶିବିରରେ ଶାହାନା ର ସି.ଇ.ଓ ଆନନ୍ଦ ସୁଗୁନ, ଏଚ.ଆର ଟି. ସେନ୍ଥିଲ, ଅଂଶୁ ଆଶିଷ, ବିଶ୍ୱ ରଞ୍ଜନ ପଟ୍ଟନାୟକ, ଦୀପକ କୁମାର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବି.ଡି.ଓ ପ୍ରଶନ୍ନ କୁମାର ପଟେଲ ଶିବିରର ଉଦଘାଟନ କରିଥିଲେ। ଏଥିରେ ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ଓ.ଏଲ.ଏମ ର ସୁବାଶ ଚନ୍ଦ୍ର ବାଗ, ଶାହାନାର ମଞ୍ଜୁଲତା ସାହୁ ଓ ହୃଷିକେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ। ୫୫ ଜଣ ଯୁବତୀ ସିଲେଇ ତାଲିମ ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି। ଏହି ତାଲିମ ସମୟରେ ତାଲିମ ପାଇଁ ଯୋଗ୍ୟ ହେଇଥିବା ଯୁବତୀ ମାନଙ୍କ ରହିବା, ଖାଇବା ଓ ତାଲିମ ସମ୍ପୂର୍ଣ୍ଣ କମ୍ପାନୀ ତରଫରୁ ମାଗଣା ରେ କରାଯିବା ନେଇ ସୁଚନା ଦିଆଯାଇଛି। ଭୁବନେଶ୍ୱର ଠାରେ ଏହି ତାଲିମ ଦିଆଯାଇ ଯୁବତୀ ମାନଙ୍କ ଦକ୍ଷତା ବିକାଶ କରାଯିବ। ଯାହା ଦ୍ୱାର। ସେମାନେ ସକ୍ଷମ ହେଇ ପାରିବେ।
ଶାହାନା କ୍ଲଦିଂ କମ୍ପାନୀରେ ତାଲିମ ପାଇଁ ପଞ୍ଜିକରଣ
Popular Categories



