www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ବର୍ମିଂହାମରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ୩ୟ ସ୍ଥାନରେ ରହିଥିଲା । ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୮ଟି ସ୍ବର୍ଣ୍ଣପଦକ ସହ ମୋଟ ୧୦୨ଟି ପଦକ ଜିତିଥିଲା। ଯାହାକି ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତକୁ ନେଇ କିଛି ବିଶେଷ ତଥ୍ୟ…

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବର୍ମିଂହାମରେ ଆରମ୍ଭ ହୋଇଛି । ଏହି କ୍ରୀଡ଼ାରେ ୨୧୧ କ୍ରୀଡ଼ାବିତ୍‌ଙ୍କ ସହ ୩୦୦ରୁ ଅଧିକ ଭାରତୀୟ ଭାଗ ନେଉଛନ୍ତି । ଗତବର୍ଷ ଟୋକିଓ ଅଲିମ୍ପିକ୍‌ସରେ ଭାରତର ଅପ୍ରତ୍ୟାଶିତ ପ୍ରଦର୍ଶନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କଠାରୁ ଦେଶବାସୀଙ୍କ ପଦକ ଆଶା ଆହୁରି ବଢ଼ିଯାଇଛି । ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଥିଲା ; ଯାହା ଭାରତୀୟ କ୍ରୀଡ଼ା ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ଏଥର ଭାରତ ଅଧିକ ପଦକ ଜିତିବାର ପ୍ରୟାସ କରିବ ନିଶ୍ଚୟ।


୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ସହ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ୩ୟ ସ୍ଥାନରେ ରହିଥିଲା । ଏଯାବତ୍‌ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ। ଏହି କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ଶତକ (୧୦୧) ପାର କରିଥିଲା। ଇଂଲଣ୍ଡକୁ ପଛରେ ପକାଇ ଭାରତ ୨ୟ ସ୍ଥାନରେ ରହି ପାରିଥିଲା। ଭାରତ ଅପ୍ରତ୍ୟାଶିତ ୩୮ଟି ସ୍ବର୍ଣ୍ଣପଦକ ଜିତିଥିଲା। ସ୍ବାଧୀନତା ପରେ ଭାରତ ମାତ୍ର ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା- ୧୯୫୦, ୧୯୬୨ ଓ ୧୯୮୬ରେ ଭାଗ ନେଇନଥିଲା । ୧୯୫୪ କ୍ରୀଡ଼ାରେ ଭାରତ ଖାଲି ହାତରେ ଫେରିବାରୁ ୨୦୧୦ କ୍ରୀଡ଼ାରେ ୧୦୧ଟି ପଦକ ଜିତିବା ସହ ଭାରତ ତା’ର ପ୍ରଦର୍ଶନରେ ବହୁତ ଉନ୍ନତି କରିପାରିଛି । ୨୦୦୨ ସଂସ୍କରଣରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମଥର ପଦକ ତାଲିକାର ପ୍ରଥମ ୪ଟି ସ୍ଥାନରେ ରହି ପାରିଥିଲା। ମାଞ୍ଚେଷ୍ଟରରେ ଭାରତ ୩୦ଟି ସ୍ବର୍ଣ୍ଣ ସହ ୬୯ଟି ପଦକ ଜିତି ୪ର୍ଥ ସ୍ଥାନରେ ରହିଥିଲା। ୨୦୦୬ ମେଲ୍‌ବୋର୍ଣ୍ଣ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୨ଟି ସ୍ବର୍ଣ୍ଣ ସହ ୫୦କୁ ଖସି ଆସିଥିଲେ ହେଁ ଭାରତ ୪ର୍ଥ ସ୍ଥାନ ବଜାୟ ରଖିଥିଲା। ୨୦୧୦ରେ ଆୟୋଜକ ରାଷ୍ଟ୍ର ଭାବେ ୧୦୧ ପଦକ ଜିତି ଭାରତ ୨ୟ ସ୍ଥାନରେ ରହିଥିଲା। ୨୦୧୪ରେ ଭାରତ ଶୀର୍ଷ-୪ରୁ ଖସି ଆସିଥିଲା। ଭାରତ ୧୫ଟି ସ୍ବର୍ଣ୍ଣ ସହ ୬୪ଟି ପଦକ ଜିତିଥିଲେ ହେଁ ଭାରତକୁ ଆୟୋଜକ ସ୍କଟ୍‌ଲାଣ୍ଡ ୫ମ ସ୍ଥାନକୁ ଖସାଇ ଦେଇଥିଲା। ୨୦୧୮ରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ପାଇ ୩ୟ ସ୍ଥାନରେ ରହିଥିଲା; ଯାହା ଭାରତର ୨ୟ ଶ୍ରେଷ୍ଠ ପ୍ରଦର୍ଶନ। ବର୍ମିଂହାମ୍ କ୍ରୀଡ଼ାରୁ ସୁଟିଂ ବାଦ୍‌ ପଡ଼ିଥିବା ବେଳେ ଭାରତ ୩ୟ ସ୍ଥାନ ବଜାୟ ରଖି ପାରୁଛି କି ନାହିଁ; ତାହା ଦେଖିବାକୁ ବାକିରହିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories