www.samajalive.in
Sunday, December 14, 2025
14.1 C
Bhubaneswar

ରାଜଧାନୀକୁ ସରକାରୀ ବସ ଚଳାଚଳ ପାଇଁ ଭାଜପାର ଦାବି

କଲ୍ୟାଣସିଂହପୁର: ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ଭୁବନେଶ୍ୱରକୁ ସିଧାସଳଖ ଯୋଗାଯୋଗ ପାଇଁ କିଛି ସାଧନ ନାହିଁ ତେଣୁ ଲୋକମାନେ ଅନେକ ସମୟରେ ରାଜଧାନୀ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ଘରୋଇ ବସର ଶୋଷଣର ଶିକାର ହେଉଛନ୍ତି ସାଧାରଣ ଯାତ୍ରୀମାନେ। ରାୟଗଡ ଜିଲ୍ଲା ମୁଖ୍ୟାଳୟକୁ ଯିବାପାଇଁ ଘରୋଇ ବସ ଆବଶ୍ୟକ ଠାରୁ ଅଧିକ ଭଡା ନେବା ସହ ବସରେ ରହିଥିବା ସିଟ ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ପ୍ରାୟ ଦେଖିବାକୁ ମିଳୁଛି।ତେଣୁ ଯାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳର ସଭାପତି ମନୋଜ କୁମାର ସେଠୀ କହିଛନ୍ତି।

କଲ୍ୟାଣସିଂହପୁର ବ୍ଲକ ଗୁଡାରୀ, କାଶୀପୁର, ଚନ୍ଦ୍ରପୁର ମୁନିଗୁଡାଭଳି ଦୁର୍ଗମ ଅଞ୍ଚଳକୁ ସରକାରୀ ବସ ସେବା ଯୋଗାଇ ଦେବା ପାଇଁ ସ୍ୱୀକୃତି ମିଳିଥିବା ବେଳେ କାହିଁକି ଦିଆଯାଉନି ବୋଲି ପାର୍ଟି ପ୍ରଶ୍ନ କରିଛି। ତେଣୁ ଅଞ୍ଚଳର ଆଞ୍ଚଳିକ ସମସ୍ୟାକୁ ଦୃଷ୍ଟିରେ ରଖି ଭାଜପା ତରଫରୁ ଏକ ପ୍ରତିନିଧି ଦଳ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯାଇ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରଟି ବ୍ଲକ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଛି। ଏହି ପ୍ରତିନିଧି ଦଳରେ ମଣ୍ଡଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ନରସିଂହ କୌଶଲ୍ୟା, ଶ୍ୟାମଧର ଗାଁଠା, ୱାର୍ଡ ସଭ୍ୟା ସାଗନ୍ତି କୌଶଲ୍ୟା ଓ ଅନେକ ମହିଳା କର୍ମୀ ଯୋଗ ଦେଇଥିଲେ। ସରକାରୀ ବସ ଜିଲାର ସବୁ ବ୍ଲକକୁ ଯାଉଥିବା ବେଳେ କିନ୍ତୁ କଲ୍ୟାଣସିଂହପୁର ବ୍ଲକରେ ନାହିଁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories