www.samajalive.in
Sunday, December 14, 2025
14.1 C
Bhubaneswar

ରାମନାଗୁଡାରେ ଦୀର୍ଘ ଦିନ ଧରି ବିଏସଏନଏଲ ସେବା ଅଚଳ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ସଦରରେ ଗତ କିଛି ଦିନ ଧରି ବିଏସଏନଏଲ ସେବା ଏକ ପ୍ରକାର ଠପ୍ ହୋଇ ଯାଇଛି। ସୂଚନା ଥାଉକି ଏଥି ପୂର୍ବରୁ ବିଏସଏନଏଲ ରାମନାଗୁଡା ସ୍ଥିତ ଆଞ୍ଚଳିକ କାର୍ଯ୍ୟଳୟରେ ୨ଜଣ କର୍ମଚାରୀ ଦାୟିତ୍ୱରେ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ସ୍ଥଳେ ଅନ୍ୟ ଜଣେ ଅବସର ଗ୍ରହଣ କରି ସାରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଉଭୟ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ମାତ୍ରେ ବିଏସଏନଏଲ ସେବା ବିଛିନ୍ନ ହେଉଥିଲା। ତେବେ ଏହି କାର୍ଯ୍ୟାଳୟର ସେବା ଯୋଗାଇ ଦେବା ନିମନ୍ତେ କିଏ ଏହି ଦାୟିତ୍ୱରେ ଅଛନ୍ତି କାହାକୁ ଅବଗତ ନାହିଁ ଏନେଇ କାହାକୁ ଅଭିଯୋଗ କରାଯିବ ସେନେଇ ସ୍ତାନୀୟ ବାସିନ୍ଦା ଏବେ ଦ୍ଵନ୍ଦରେ କାରଣ। ଦୀର୍ଘ ଦିନ ଧରି ବିଏସଏନଏଲ ସେବା ବନ୍ଦ ହୋଇଯାଇଛି। ତେବେ କାର୍ଯ୍ୟାଳୟରେ ଥିବା ବହୁ ଦିନର ଜେନେରେଟର ପୁରୁଣା ହୋଇଥିବା କାରଣରୁ ବିଜୁଳି ସଂଯୋଗ ବିଛିନ୍ନ ହେଲେ ଲୋକେ ବିଏସ୍ଏନ୍ଏଲ୍ ସେବା ପାଇବାରୁ ବଞ୍ଚିତ ହେବା ସହ ଜରୁରୀକାଳୀନ ପରିସ୍ଥିତିରେ ହଇରାଣ ହେଉଛନ୍ତି।

ତେବେ ସାଧାରଣ ଗ୍ରାହକ ବିଏସ୍ଏନ୍ଏଲ୍ ସେବା ଉଦ୍ଦିଷ୍ଟ ନମ୍ବରକୁ ବ୍ୟାଙ୍କ ସେବା ଠାରୁ ଆରମ୍ଭ କରି ଡାକ ସେବା ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟ ହୋଇ ନପାରି ପଡ଼ି ରହିଛି ଯେ ଦ୍ୱାରା ବିଏସଏନଏଲ ସେବା ନଥିବା ସାଙ୍ଗକୁ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ଲୋକେ ଅଭିଯୋଗ କରିବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟକୁ ଗଲା ପରେ ଫାଟକରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories