www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କଲ୍ୟାଣସିଂହପୁର ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଦଳ ସୋମବାର ଗସ୍ତ କରିଥିଲେ । ରାଜ୍ୟସ୍ତରୀୟ(ଏଡିବିସି) ଜୋନାଲ ଡ଼ାଇରେକ୍ଟର ଡାକ୍ତର ଜୀବନ ବି ସାରଙ୍ଗୀଙ୍କ ନେତୃତ୍ବରେ ଆୟୁଷ ମୁଖ୍ୟ ଅଧିକାରୀ(କଂସୁଲଟାଣ୍ଟ) ପୀୟୂଷ ରଞ୍ଜନ ମହାନ୍ତି, (ସି୪ଡି) ୟୁନିସେଫ ୪ ଡି କଂସୁଲଟାଣ୍ଟ ଚକ୍ରଧର ସାହୁ, ରାୟଗଡା ଏମ୍ କ୍ୟୁ ଏ ର ବି କେ ସାଗରିକ,ଏମ୍ ସି ପିର ରାଜଲକ୍ଷ୍ମୀ ମହାନ୍ତି ଗସ୍ତ କରିଥିଲେ । ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା, ରୋଗୀସେବା, ବର୍ଜ୍ୟବସ୍ତୁର ସୁପରିଚାଳନା, ପାରିପାର୍ଶ୍ବିକ ପରିଚ୍ଛନ୍ନତା ବିକାଶ, ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟେକ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସହିତ କଥାବାର୍ତ୍ତା କରିଥିଲେ। କର୍ମଚାରୀଙ୍କ ସେବା ଗୁଣବତ୍ତା ବୁଝିଥିଲେ । କର୍ମଚାରୀଙ୍କ କାର୍ୟ୍ୟଦକ୍ଷତା ପରଖି ବୁଝିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ କଣ ଉନ୍ନୟନମୂଳକ କାର୍ଯ୍ୟ କଲେ ରୋଗୀ ସେବାରେ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ। ନଥିପତ୍ର ଯାଞ୍ଚ କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଜିନିଷପତ୍ର ଟିକିନିଖି ଭାବେ ପରଖି ଦେଖିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିନ୍ମୟ ଲିମା, ଡାକ୍ତର ପ୍ରମୋଦ କୁମାର ମିଶ୍ର, ଡାକ୍ତର ସୌମ୍ୟରଂଜନ ଜେନା, ବିପିଏମ କୈଳାସ କୁମାର ନାୟକ, ବିଇଇ ଶ୍ୟାମସୁନ୍ଦର ମାଝୀ, ଜମ୍ପାଉଣ୍ଡର ରାଧାମୋହନ ସାହୁଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସମସ୍ତ କର୍ମଚାରୀ ନିଜ ନିଜ ୟୁନିଫର୍ମ ପରିଧାନ କରିବା ସହ କରୋନା ପାଇଁ ମୁଖରେ ତୁଣ୍ଡି, ସାମାଜିକ ଦୂରତା ଓ ସାନିଟାଇଜ ବ୍ୟବହାର କରିଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories