www.samajalive.in
Wednesday, December 10, 2025
16.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ, ବିଡିଓଙ୍କୁ ଦେଲେ ସ୍ମାରକପତ୍ର

କଲ୍ୟାଣସିଂହପୁର: ପାନୀୟଜଳ ସମସ୍ୟା ଦୂର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପ୍ରଶାସନର ଉଦାସିନ ଓ ପଞ୍ଚାୟତର ଅବହେଳା ଯୋଗୁଁ ଆଜି ଅନେକ ଗାଁରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖା ଦେଇଛି। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ ପଞ୍ଚାୟତର ବରିଗୁଡା ଗାଁରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ବରିଗୁଡା ଗାଁରେ ପ୍ରାୟ ଦୁଇମାସ ହେବ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ହେଉଥିବାରୁ ଏହାର ପ୍ରତିକାର ପାଇଁ ଏବିଡିଓ ବଳରାମ ପାତ୍ରଙ୍କୁ ଗ୍ରାମବାସୀଙ୍କ ତରଫରୁ ସ୍ମାରକପତ୍ର ଦିଆଯାଇଛି। ଉକ୍ତ ଗାଁରେ ପ୍ରାୟ ୨୫ ଟି ପରିବାର ବସବାସ କରିଆସୁଥିବା ବେଳେ ଜନସଂଖ୍ୟା ଦୁଇଶହରୁ ଅଧିକ ରହିଛି। ଏହି ଗାଁରେ ସରକାରଙ୍କ ପକ୍ଷରୁ ୩ଟି ନଳକୁପ ରହିଥିଲେ ମଧ୍ୟ ଦୁଇ ମାସ ହେଲା ସେଗୁଡିକ ଅଚଳ ହୋଇ ରହିଥିବାରୁ ବାଧ୍ୟ ହୋଇ ନିକଟ ନିୟମଗିରି ପାହାଡ଼ରୁ ବହିଆସୁଥିବା ଝରଣାପାଣିକୁ ସେମାନେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଉକ୍ତ ଝରଣାରେ ଅପରିଷ୍କାର, କାଦୁଅ ଓ ଗୋଳିଆ ପାଣି ଆସୁଛି। ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇବା ାଇଁ ଗାଁ ଲୋକ ପଞ୍ଚାୟତକୁ ଯାଇ ଅଭିଯୋଗ କରଥିଲେ ମଧ୍ୟ କେହି କର୍ଣ୍ଣପାତ ଦେଉ ନଥିବାରୁ କିଛି ଉପାୟ ନ ପାଇ ଗାଁ ଲୋକେ ଉକ୍ତ କାଦୁଅ ଅପରିଷ୍କାର ପାଣିକୁ ବ୍ୟବହାର କରୁଥିବାରୁ ସେମାନେ ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।


ବିଶୁଦ୍ଧ ପାନୀୟ ପାଇବାରୁ ବଞ୍ଚିତ ହେଉଥିବାରୁ ଗାଁ ଲୋକ ପଞ୍ଚାୟତକୁ ଯାଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ନଳକୁପ ଗୁଡିକ ମରାମତି କରୁନାହାନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ସମିତି କାର୍ୟ୍ୟାଳୟକୁ ଆସି ବିଡିଓଙ୍କୁ ସ୍ମାରକପତ୍ର ଦେବାକୁ ଆସିଥିଲେ। ତେବେ ବିଡିଓ ଅନୁପସ୍ଥିତ ଥିବାରୁ ଏବିଡିଓ ବଳରାମ ପାତ୍ରଙ୍କୁ ସେମାନେ ସ୍ମାରକପତ୍ର ପତ୍ର ପ୍ରଦାନ କରିଥିଲେ। ମାଲେ ୱାନ୍ଦାଲାକା, କମଳାୱାଣି ୱାନ୍ଦାଲାକା, ସେନ୍ତା ମିଣିଆକା, ସମ୍ବାରାଓ ୱାନ୍ଦାଲାକା, ଜୟନ୍ତି ୱାନ୍ଦାଲାକା, କୁମୁଟାଣି ୱାନ୍ଦାଲାକା, କାଡ୍ରାକା ଆର୍ଜୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅପରପକ୍ଷରେ ଉକ୍ତ ଗାଁର ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ଏବିଡ଼ିଓ ବଳରାମ ପାତ୍ର ଗାଁ ଲୋକଙ୍କୁ ପ୍ରତିଶ୍ରୁତିତି ଦେଇଥିଲେ। ଏହାସହିତ ସ୍ୱାବଲମ୍ବୀ କାରିଗରଙ୍କୁ ଯୋଗାଯୋଗ କରି ନଳକୂପ ମରାମତି ପାଇଁ ନିର୍ଦେଶ ଦେଇଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories