www.samajalive.in
Wednesday, December 10, 2025
23.1 C
Bhubaneswar

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

କଣ୍ଟାବାଞ୍ଜି : ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲାଠାରେ ଏକ ଘରର ନିର୍ମାଣ କାମରେ ନିୟୋଜିତ ଶ୍ରମିକ ଧରଣୀ ଧର ପୁଟେଲ (୪୭)ଙ୍କ ରବିବାର ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଖବର ପାଇ ତୁରେକେଲା ପୁଲିସ ମୃତଦେହ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଆଜି ସକାଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମହିଳା ଏଏସଆଇ ବିଷ୍ଣୁପ୍ରିୟା ଭୋଇ ତଦନ୍ତ ଭାର ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ତୁରେକେଲା ଲାଇଫ ଲାଇନ ଔଷଧ ଦୋକାନ ମାଲିକ ବିକ୍ରମ ନାୟକଙ୍କ ତିନିମହଲା କୋଠା ନିର୍ମାଣ କାର୍ଯ୍ୟରେ ଧରଣୀ ଶ୍ରମିକ ଭାବେ କାମ କରୁଥିଲେ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଆଖ ପାଖରେ ପାଣି ଜମିବା ସ୍ଥାନରେ ବିଦ୍ୟୁତ ତାର ପଡିଥିଲା। କାମସାରି ଶ୍ରମିକମାନେ ଗୋଡ ହାତ ଧୁଆ ଧୋଇ ହୋଇ ଘରକୁ ବାହାରିଥିଲେ। ଶେଷରେ ଧରଣୀ ଧୋଇ ହେଉଥିବା ବେଳେ ତାର ପାଣିରେ ପଡ଼ିଥିବା ଦେଖି ତାର ଟାଣି ବାହାର କରିବା ବେଳେ ତାର ଯୋଡ଼ା ଜାଗାରେ ହାତ ଲାଗିଯିବାରୁ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା। ଧରଣୀ ଚିତ୍କାର କରିବା ଶୁଣି ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତୁରନ୍ତ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ପହଞ୍ଚାଇଥିଲେ କିନ୍ତୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories