www.samajalive.in
Wednesday, December 10, 2025
23.1 C
Bhubaneswar

ଶ୍ରାବଣର ୪ର୍ଥ ସୋମବାର: ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡ଼ିଆ

ଆରଡି: ଶ୍ରାବଣ ମାସର ୪ର୍ଥ ଅର୍ଥାତ ପୂର୍ଣ୍ଣିମା ତିଥିର ଶେଷ ସୋମବାରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର କାଉଡିଆଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। କାଉଡିଆଙ୍କ ବୋଲବମ ହରହର ବମ ଧ୍ବନି ପ୍ରକମ୍ପିତ ହୋଇଥିଲା ସମଗ୍ର ପୀଠ। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ, ପୀଠରେ ଆଉ ଗୋଟିଏ ସୋମବାର ପାଳନ ହେବ। ହେଲେ ପୂର୍ଣ୍ଣିମା ତିଥି ପାଇଁ ଶେଷ ସୋମବାର ହୋଇଥିବାରୁ ଗତ ରବିବାରଠାରୁ ସୋମବାର ସଂଧ୍ୟା ପର୍ଯ୍ୟନ୍ତ କାଉଡିଆଙ୍କ ନାହିଁନଥିବା ଭିଡ଼ ଲାଗି ରହିଥିଲା। କାଉଡ଼ିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜଣେ ମ୍ୟାଜିଷ୍ଟ୍ରେଟଙ୍କ ସହ ଜଣେ ଏଏସପି, ୬ଜଣ ଡିଏସପି, ୨୦ଜଣ ଇନସପେକ୍ଟର, ୮ପ୍ଲାଟୁନ ଫୋର୍ସ ଓ ଟ୍ରାଫିକ ପୁଲିସ ନିୟୋଜିତ କରାଯାଇଥିଲା। ପୀଠକୁ ଆସୁଥିବା ଅଧିକାଂଶ କାଉଡିଆ ଜଳପଥରେ ଡଙ୍ଗା ଦ୍ବାରା ନଈ ପାରି ହୋଇ ଆସୁଥିବାରୁ ସୁରକ୍ଷା ନିମନ୍ତେ ନଦୀଘାଟର ଉଭୟ ପାର୍ଶ୍ବରେ ବ୍ୟାପକ ପୁଲିସ ସହିତ ନଦୀ ମଧ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ଦ୍ବାରା ପଇଁତରା ଦିଆଯାଇଥିଲା। ମଣିବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ଭୋର ୪ଟାରେ ମଣିବାବାଙ୍କ ମନ୍ଦିର ଦ୍ବାର ଫିଟାଯିବା ପରେ ମଙ୍ଗଳ ଆଳତୀ ଓ ସ୍ନାନନୀତି କରାଯାଇଥିଲା। ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ସକାଳ ୫ଟାଠାରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯାଇଥିଲା।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories