www.samajalive.in
Wednesday, December 10, 2025
26.1 C
Bhubaneswar

‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକର ଲୋକାର୍ପଣ, ଲୋକାର୍ପଣ କଲେ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆଜି ‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକର ଲୋକାର୍ପଣ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ଲୋକାର୍ପିତ କରିଛନ୍ତି। ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅନେକ କଥା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେଉଁଭଳି ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର, ସରପଞ୍ଚ ନିର୍ବାଚନ ଲଢ଼ିନଥିଲେ ସେଭଳି ଜଣେ ବ୍ୟକ୍ତିଙ୍କୁ ସିଧାସଳଖ ଆଣି ମୁଖ୍ୟମନ୍ତ୍ରୀ କରିଦିଆଯାଇଥିଲା। ଅତ୍ୟନ୍ତ ସଫଳତାର ସହ ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଲୋକଙ୍କ ବିଶ୍ୱାସକୁ ଜିତି ଆଜି ସେ ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସେ ସମାପ୍ତ କରିଦେଇଛନ୍ତି । ତାର ପ୍ରକୃଷ୍ଟ ଉଦାହରଣ ହେଲା ପ୍ରଥମ ଦଫାରେ ଗରିବ ଦଳିତ ଓକିଲ ରାମନାଥ କୋବିନ୍ଦଙ୍କୁ ଦେଶର ରାଷ୍ଟ୍ରପତି କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ଥର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମହାମହିମ ରାଷ୍ଟ୍ରପତି ପଦରେ ଅବସ୍ଥାପିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ସର୍ବଦା ଉଦ୍ଧ୍ୱର୍ଗାମୀ, ତେଣୁ ସେ ଏତେ ସଫଳ ହୋଇପାରିଛନ୍ତି । ନିଜର ପରିବାର ଛାଡି ସେ ୧୩୦ କୋଟି ଲୋକଙ୍କ କଥା ଚିନ୍ତା କରିଛନ୍ତି ବୋଲି ଗୃହ ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ‘ମୋଦୀ@୨୦-ଡ୍ରିମ୍ସ ମିଟ ଡେଲିଭରି’ ପୁସ୍ତକ ସମସ୍ତେ ପଢ଼ିବା ଉଚିତ। ଏହି ପୁସ୍ତକର ମଧ୍ୟ ଓଡ଼ିଆ ଅନୁବାଦ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଏହି ପୁସ୍ତକ ପଢ଼ି ରାଜ୍ୟ ତଥା ଦେଶବାସୀ ଅନେକ କଥା ଜାଣିପାରିବେ ବୋଲି ସେ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମୀର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories