ବିଜେପିର ଅଭିଯୋଗ-କାଗଜପତ୍ରରେ ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସମସ୍ୟାକୁ ନେଇ ଜିଲା ବିଜେପି ଯୁବ ମର୍ଚ୍ଚା ପକ୍ଷରୁ ସିକରପାଇ ସଦର ପାଠାଗାର ଠାରେ ଏକ ସାମ୍ବାଦିକସମ୍ମିଳନୀ ରେ କହିଛନ୍ତି ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲା ଯୁବ ମୋର୍ଚ୍ଚାର ସଭାପତି ଶ୍ୟାମ କୁମାର ଦାସ କହିଛନ୍ତି ଯେ ୬୦ରୁ ୭୦ଭାଗ ବିଜେଡି ଦଳୀୟ କର୍ମୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ପ୍ରକୃତ ହିତାକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାଯାଇନାହିଁ। ଶିକ୍ଷା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଥିବାବେଳେ କାଗଜପତ୍ରରେ ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ। ହେଲେ ପ୍ରକୃତ କାର୍ଯ୍ୟ ସମ୍ପାଦନ ହେଉନାହିଁ। ସରକାର ମାଳମାଳ ଯୋଜନା କରିଛନ୍ତି। କିନ୍ତୁ ବିଭିନ୍ନ ମୌଳିକ ସୁବିଧାରୁ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ସରକାରୀ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚିବା କାରଣ ପାଇଁ ପ୍ରଶାସନ ହିଁ ଦାୟୀ ଦାୟୀ କରାଯିବ। ମମିତା ମେହେରଙ୍କ ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏହି ତଦନ୍ତରେ ପୂର୍ଣ୍ଣଛେଦ ପକାଇବାରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଦେବଗିରି ମହାବିଦ୍ୟାଳୟ ଛୁଟି ହେବା ପରେ ନାବାଳକ ଓ ନାବାଳିକା ଫେରାର ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ପୁଲିସ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛି। ଏହି ଫେରାର ଘଟଣାର ତଦନ୍ତ କରି ନାବାଳିକା କୁ୨୪ ଘଣ୍ଟା ମଧ୍ୟରେ ପରିବାରକୁ ହସ୍ତାନ୍ତର ନ କଲେ ଆଗାମୀ ଦିନରେ ଥାନା ଘେରାଉ କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ସଦସ୍ୟ ବସନ୍ତ ଉଲ୍ଲାକା, ବ୍ଲକର ‘କ’ ଜୋନ ସଭାପତି ରାମାରଓ କାଡ୍ରାକା ‘ଖ’ ଜୋନର ସଭାପତି ମନୋଜ କୁମାର ସେଠୀ, ଜିଲା ସାଧାରଣ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
Comments are closed.