www.samajalive.in
Sunday, December 7, 2025
18.1 C
Bhubaneswar

ଡ୍ରାଇଭର ଦିବସ ପାଳନ କଲେ ଓଡିଶା ଡ୍ରାଇଭର ମହାସଂଘ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ୧୪ଟି ପଞ୍ଚାୟତ ର ସମସ୍ତ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ସେପ୍ଟେମ୍ବର ୧ ତାରିଖ କୁ ଡ୍ରାଇଭର ଦିବସ ରୁପେ ବହୁ ଧୁମ୍ ଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ବ୍ଲକର ସମସ୍ତ ଡ୍ରାଇଭର ମାନେ ମାଁ କାଳିସୁନ୍ଦରୀ ମନ୍ଦିର ଠାରେ ଏକତ୍ରିତ ହୋଇ ସେହି ଠାରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବଜାର ଦେଇ ଶହଶହ ସଂଖ୍ୟା ରେ ଡ୍ରାଇଭର ଭାଇମାନେ ନିଜ ନିଜର ଗାଡି ଚାଳନ ବନ୍ଦ କରି ଗୁଣ୍ଡିଚା ମନ୍ଦିର ଯାଏଁ ଜୟ ଜଗନ୍ନାଥ ଓ ଡ୍ରାଇଭର ମହାସଂଘ ଜିନ୍ଦାବାଦର ନାରା ଦେଇ ପଦଯାତ୍ରା କରିଥିଲେ। ଗୁଣ୍ଡିଚା ମନ୍ଦିରପ୍ରାଙ୍ଗଣରେ ପହଞ୍ଚବାପରେ ସମସ୍ତ ଡ୍ରାଇଭର ଭାଇମାନଙ୍କ ର ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଡ୍ରାଇଭର ମହାସଂଘର ସଭାପତି ଗଜେନ୍ଦ୍ର ଗରଡିଆ ଉପସ୍ଥିତ ରହି ଦାୟିତ୍ୱ କୁ ସୁଚାରୁରୂପେ ତୁଲେଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories