www.samajalive.in
Sunday, December 7, 2025
13.1 C
Bhubaneswar

କଳିଙ୍ଗ ସୁପରକପ୍‌ ଫୁଟବଲ :ବେଙ୍ଗାଲୁରୁକୁ ହରାଇଲା ଓଡ଼ିଶା ଏଫ୍‌ସି

କଟକ  : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ପ୍ରତିଯୋଗିତାର ଶୁକ୍ରବାର ଗ୍ରୁପ-ଡି ର ଦୁଇଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଏଫ୍‌ସି ଗୋଆ ଓ ଓଡ଼ିଶା ଏଫ୍‌ସି ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ଏଫ୍‌ସି ଗୋଆ ୨-୧ ଗୋଲରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ଏଫ୍‌ସି ଗୋଆ ପକ୍ଷରୁ ୫୫ ମିନିଟ୍‌ରେ ଏନ୍‌ ସାଦାଉଲ୍‌ ପ୍ରଥମ ଓ ୬୬ ମିନିଟ୍‌ରେ ସି ମାର୍ଟିନେଜ୍‌ ଦ୍ବିତୀୟ ଗୋଲ ଦେଇଥିଲେ।

ଇଣ୍ଟର କାଶୀ ପକ୍ଷରୁ ଜି ନିକୁମ ୭୮ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ। ଦ୍ବିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଓଡ଼ିଶା ଏଫ୍‌ସି ପକ୍ଷରୁ ୨୨ ମିନିଟ୍‌ରେ ଏ ଜାହୁଆ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଓଡ଼ିଶା ଏଫ୍‌ସି ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇନଥିଲେ। ଏହି ବିଜୟ ସହ ଓଡ଼ିଶା ଏଫ୍‌ସି ୩ ପଏଣ୍ଟ ପାଇ ଖାତା ଖୋଲିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories