www.samajalive.in
Wednesday, December 10, 2025
16.1 C
Bhubaneswar

କଳିଙ୍ଗରେ ଆଜି ଖେଳାଯିବ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌

ଭୁବନେଶ୍ବର : କ୍ରୀଡ଼ା ରାଜଧାନୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡ ସହ ଆଉ ଏକ ଇତିହାସ ଯୋଡ଼ି ହେବାକୁ ଯାଉଛି। ବିଶ୍ବର ଶ୍ରେଷ୍ଠ ୫ ହକି ଷ୍ଟାଡ଼ିୟମ ମଧ୍ୟରେ ସ୍ଥାନ ପାଇଥିବା କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡ ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ପୂରଣ କରିବାକୁ ଯାଉଛି। ଏହି ସଫଳତା ୫ ବର୍ଷରେ ଉକ୍ତ ଷ୍ଟାଡ଼ିୟମ ପୂରଣ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଷ୍ଟାଡ଼ିୟମରେ ୯୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବାବେଳେ ବୁଧବାର ୧୦୦ ମ୍ୟାଚ ପୂରଣ କରିବ।
୨୦୧୩ରେ କଳିଙ୍ଗ ଷ୍ଟାଡ଼ିୟମରେ ନୂତନ ସିନ୍ଥେଟିକ୍‌ ହକି ଟର୍ଫ ବିଛାଯିବା ସହିତ ନୂତନ ହକି କ​‌େ​‌ମ୍ପ୍ଲକ୍ସର ମାନ୍ୟତା ପାଇଥିଲା। ୨୦୧୪ ଡିସେମ୍ବର ୬ରୁ ୧୪ ପର୍ଯ୍ୟନ୍ତ ଚମ୍ପିଆନ୍ସ ଟ୍ରଫି ହକି ମ୍ୟାଚ ଖେଳାଯାଇଥିଲା। ଉକ୍ତ ପ୍ରତିଯୋଗିତା ଥିଲା କଳିଙ୍ଗ ଷ୍ଟାଡ଼ିୟମ ହକି କ​‌େ​‌ମ୍ପ୍ଲକ୍ସରେ ପ୍ରଥମ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା। ଏଥିରେ ମୋଟ ୨୪ଟି ମ୍ୟାଚ ଖେଳାଯାଇଥିବାବେଳେ ୧୦୭ଟି ଗୋଲ ସ୍କୋର ହୋଇଥିଲା। ଭାରତ ଉକ୍ତ ପ୍ରତିଯୋଗିତାରେ ୬ଟି ମ୍ୟାଚ ଖେଳିଥିଲା। ସେହିପରି ୨୦୧୫ ମେ ରେ ଭାରତ ଓ ଜାପାନ ମଧ୍ୟରେ ୪ଟିକିଆ ହକି ଟେଷ୍ଟ ସିରିଜ୍‌ ଖେଳାଯାଇଥିଲା। ମେ ୩, ୫, ୭ ଓ ୯ରେ ଉକ୍ତ ମ୍ୟାଚ ଖେଳାଯାଇଥିଲା। ଉକ୍ତ ହକି ସିରିଜ୍‌କୁ ଭାରତ ୩-୦ରେ ବିଜୟୀ ହୋଇଥିଲା। ୨୦୧୭ ଡିସେମ୍ବର ୧ର ୧୦ ପର୍ଯ୍ୟନ୍ତ ହକି ବିଶ୍ବଲିଗ୍‌ ଫାଇନାଲ ଖେଳାଯାଇଥିଲା। ଏଥିରେ ମୋଟ ୨୨ଟି ମ୍ୟାଚ ଖେଳାଯାଇଥିଲା। ଭାରତ ଏଥିରେ ୬ଟି ମ୍ୟାଚ ଖେଳିଥିଲା। ସେହିପରି ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ବିଶ୍ବକପ ହକି ପ୍ରତିଯୋଗିତା ଖେଳାଯାଇଥିଲା। ଏଥିରେ ମୋଟ ୩୬ଟି ମ୍ୟାଚ ଖେଳାଯାଇଥିବା ବେଳେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ଭାରତ ୪ଟି ମ୍ୟାଚ ଖେଳାଯାଇଥିଲା। ସେହିପରି ବର୍ତ୍ତମାନ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ହକି ଫାଇନାଲସ୍‌ରେ ମୋଟ ୨୦ଟି ମ୍ୟାଚ ଖେଳାଯିବ। ଏଥିମଧ୍ୟରେ ୧୨ଟି ମ୍ୟାଚ ଶେଷ ହୋଇଥିବାବେଳେ ଷ୍ଟାଡ଼ିୟମରେ ମୋଟ୍୯୮ଟି ମ୍ୟାଚ ଶେଷ ହୋଇଛି। ବୁଧବାର ୩ଟି ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ସହ କଳିଙ୍ଗ ଷ୍ଟାଡ଼ିୟମ ୧୦୧ତମ ମ୍ୟାଚ ପୂରଣ କରିବ। ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଜାପାନ ଓ ପୋଲାଣ୍ଡ ମଧ୍ୟରେ ଖେଳାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories