www.samajalive.in
Wednesday, December 10, 2025
14.1 C
Bhubaneswar

କିମ୍‌ ନାମ୍‌ଙ୍କର ସିଆଇଏ ସହ ସମ୍ପର୍କ ଥିଲା !

ୱାଶିଂଟନ୍‌ : ଦୁଇ ବର୍ଷ ପୂର୍ବେ ହତ୍ୟାର ଶିକାର ହୋଇଥିବା ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍‌ ଉନ୍‌ଙ୍କ ସାବତ ଭାଇ କିମ୍‌ ଜଙ୍ଗ୍‌ ନାମ୍‌ ଆମେରିକୀୟ ଗୁଇନ୍ଦା ସଂସ୍ଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ପାଇଁ କାର୍ଯ୍ୟ କରୁଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ପ୍ରସିଦ୍ଧ ପତ୍ରିକା ‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ ଅତ୍ୟନ୍ତ ବିଶ୍ବସ୍ତସୂତ୍ରକୁ ଉଦ୍ଧାର କରି ଏହି ଖବର ପ୍ରକାଶ କରିଛି। ସିଆଇଏ ଓ ନାମ୍‌ଙ୍କ ମଧ୍ୟରେ ଅତି ନିବିଡ଼ ସମ୍ପର୍କ ରହିଥିଲା ବୋଲି ଏଥିରେ ଉଲ୍ଲେଖ ରହିଛି; ତେବେ ଏହା ଉପରେ ସିଆଇଏ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ନାମ୍‌ଙ୍କୁ ୨୦୧୭ ଫେବୃଆରୀରେ ମା​‌େ​‌ଲସିଆର କୁଆଲା ଲମ୍ପୁର ବିମାନବନ୍ଦରରେ ଅତି ଚତୁରତାର ସହ ରାସାୟନିକ ଅସ୍ତ୍ର ପ୍ରୟୋଗ ମାଧ୍ୟମରେ ହତ୍ୟା କରାଯାଇଥିଲା। ଏଥିରେ ଦୁଇ ଭିଏତନାମ ଯୁବତୀ ସନ୍ଦେହ ଘେରକୁ ଆସିଥିଲେ। ନାମ୍‌ ଦୀର୍ଘ କାଳ ଧରି ଉତ୍ତର କୋରିଆ ବାହାରେ ଅବସ୍ଥାନ କରୁଥିଲେ। ତାଙ୍କର କୌଣସି କ୍ଷମତା ନ ଥିଲା କିମ୍ବା ରାଜଧାନୀ ପୋଙ୍ଗୟାଙ୍ଗ ସହିତ ତାଙ୍କର ବିଶେଷ ସମ୍ପର୍କ ନ ଥିଲା; ତେଣୁ ସେ କିଭଳି ସିଆଇଏକୁ ଦେଶର ଗୋପନୀୟ ଖବର ଦେଉଥିଲେ ତାହା ବିଶ୍ବାସଯୋଗ୍ୟ ନୁହେଁ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ ନାମ୍‌ ୨୦୧୭ ଫେବୃଆରୀରେ ସିଆଇଏ ଅଧିକାରୀଙ୍କୁ ଭେଟିଥିଲେ; କିନ୍ତୁ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷରେ ଶାସକ ଉନ୍‌ ତାଙ୍କୁ ନିଜର ପ୍ରତିଦ୍ବନ୍ଦ୍ବୀ ଭାବେ ମନେ କରୁଥିବାରୁ ରାସ୍ତାରୁ ହଟାଇବା ଯୋଜନା କରିଥିଲେ ବୋଲି କୁହାଯାଉଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories