www.samajalive.in
Saturday, December 6, 2025
16.1 C
Bhubaneswar

୨୦୨୭ ଏଏଫ୍‌ସି ଏସିଆନ କପ୍ : ସମ୍ଭାବ୍ୟ ଭେନ୍ୟୁ ତାଲିକାରେ ଭୁବନେଶ୍ବର

କଟକ : ଦେଶର କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଏସୀୟ ଫୁଟବଲର ସର୍ବୋଚ୍ଚ ପ୍ରତିଯୋଗିତା ଏଏଫ୍‌ସି କପ୍‌ ଆୟୋଜନ ନେଇ ଆଶା ସୃଷ୍ଟି ହୋଇଛି। ୨୦୨୭ ଏଏଫ୍‌ସି କପ୍ (ଏସିଆନ୍‌ ଫୁଟବଲ କନ୍‌ଫେଡେରେସନ) ଆୟୋଜନ ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ଦାବିଦାର ଦାଖଲ କରିଛି। ଏଥିପାଇଁ ଏଆଇଏଫଏଫ ପକ୍ଷରୁ ଭେନ୍ୟୁ ତାଲିକା ପ୍ରସ୍ତୁତି ହୋଇଛି। ଦାବିଦାରରେ ୧୦ଟି ସହରକୁ ପ୍ରଥମ ପସନ୍ଦର ଭେନ୍ୟୁ ଭାବେ ଗ୍ରହଣ କରାଯାଇଛି। ସେଥିରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମକୁ ମଧ୍ୟ ସ୍ଥାନ ଦିଆଯାଇଛି। ଭୁବନେଶ୍ବରରେ ପୂର୍ବର ଚତଃୁରାଷ୍ଟ୍ରୀୟ ମହିଳା ଗୋଲ୍ଡ କପ୍‌ ଫୁଟବଲ, ସୁପରକପ୍‌ ଫୁଟବଲ, ଆଇଏସ୍‌ଏଲ, ଆଇ-ଲିଗ୍‌ ଭଳି ପ୍ରତିଯୋଗିତା ଖେଳାଯାଇଥିବାବେଳେ ୨୦୨୧ରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଫୁଟବଲର ଏକ ଭେନ୍ୟୁ ଭାବେ ସ୍ଥାନ ପାଇଛି। କଳିଙ୍ଗ ଷ୍ଟାଡ଼ିୟମ ଗ୍ୟାଲେରୀ ସଂପ୍ରସାରଣ ସହିତ ଦର୍ଶକ କ୍ଷମତା ବୃଦ୍ଧି ପାଇଥିବାବେଳେ ଫିଫା ମାନ୍ୟତାର ଷ୍ଟାଡ଼ିୟମ ପ୍ରସ୍ତୁତ କରାଯାଇଛି। ଏହାଛଡ଼ା କଳିଙ୍ଗ ଷ୍ଟାଡ଼ିୟମ ପରିସର ସମେତ ସହରର ଅନ୍ୟ ୩ଟି ସ୍ଥାନରେ ଫିଫା ମାନର ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି। ଏଏଫ୍‌ସି କପ୍‌ ମ୍ୟାଚ ଆୟୋଜନ ନେଇ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ଭାରତ ଯଦି ଉକ୍ତ ଚମ୍ପିଆନସିପ୍‌ର ଆୟୋଜନ ନେଇ ଅଧିକାର ହାସଲ କରେ ତେବେ କଳିଙ୍ଗ ଷ୍ଟାଡ଼ିୟମ ଏକ ଭେନ୍ୟୁ ରହିବା ନିଶ୍ଚିତ ହେବ। ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେଉଥିବା ଏଏଫ୍‌ସି ଏସିଆନ୍‌ କପ ପ୍ରତିଯୋଗିତାର ୨୦୧୯ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା। ୨୦୨୩ ସଂସ୍କରଣ ଚୀନରେ ଆୟୋଜିତ ହେବାକୁ ଥିବାବେଳେ ୨୦୨୭ ସଂସ୍କରଣ ଲାଗି ବିଡ୍‌ ଦାଖଲ ପକ୍ରିୟା ଶେଷ ହୋଇଛି। ଏସିଆନ ଫୁଟବଲ କନ୍‌ଫେଡେରେସନର ନିୟମ ଅନୁଯାୟୀ ୨୦୨୭ ଏଏଫ୍‌ସି ଏସିଆନ କପ୍‌ ପଶ୍ଚିମ ଏସିଆ ରାଷ୍ଟ୍ରରେ ଆୟୋଜିତ ହେବ। ୨୦୨୭ ସଂସ୍କରଣ ଲାଗି ଭାରତ, ଇରାନ, କାତାର,ସାଉଦି ଆରବ, ଉଜବେକିସ୍ତାନ ପ୍ରମୁଖ ଦାବିଦାର ଦାଖଲ କରିଛନ୍ତି। ଗତ ଏପ୍ରି ଲ ୫ରେ ଏଆଇଏଫ୍‌ଏଫ ଭାରତରେ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ନେଇ ଦାବିଦାର ଦାଖଲ କରିଛି। ମୋଟ ୧୦ଟି ଭେନ୍ୟୁ ମଧ୍ୟରୁ ଭୁବନେଶ୍ବରରକୁ ସ୍ଥାନ ଦିଆଯାଇଛି। ୨୦୨୧ରେ ଏସିଆନ କନ୍‌ଫେଡେରେସନ ବୈଠକରେ ୨୦୨୭ ଆୟୋଜନ ନେଇ ଦାବିଦାର ଘୋଷଣା କରାଯିବ। ସେହିପରି ଏକ ଜାତୀୟ ସ୍ତରୀୟ ଗାଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ଦେଶର ଶ୍ରେଷ୍ଠ ୧୦ ଫୁଟବଲ ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ସପ୍ତମ ସ୍ଥାନରେ ରହିଛି। ବିବେକାନନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ସଟ୍‌ଲେକ୍‌ ଷ୍ଟାଡ଼ିୟମ କୋଲକାତା ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଜବାହରଲାଲ ନେହରୁ ଷ୍ଟାଡ଼ିୟମ ଦିଲ୍ଲୀ ୨ୟ, ଇଏମ୍‌ଏସ୍‌ ଷ୍ଟାଡ଼ିୟମ କୋଜିକୋଡ କେରଳ ୩ୟ, ଇଡେନ୍‌ଗାର୍ଡେନ କୋଲକାତା ୪ର୍ଥ, ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମ ଚେନ୍ନଇ ୫ମ, ୱାଙ୍ଖ​‌େ​‌ଡ ଷ୍ଟାଡ଼ିୟମ ମୁମ୍ବଇ ୬ଷ୍ଠ, କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ବର ୭ମ, ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡ଼ିୟମ ଦିଲ୍ଲୀ ୮ମ, ସ୍ପୋର୍ଟସ ଡେଭଲପମେଣ୍ଟ ଅଥରିଟି ଅଫ ତାମିଲନାଡୁ ଟେନିସ ଷ୍ଟାଡ଼ିୟମ ୯ମ ଓ ଶ୍ରୀ ଶିଭ ଛତ୍ରପତି ସ୍ପୋଟ୍ସ କ​‌େ​‌ମ୍ପ୍ଲକ୍ସ ପୁଣେ ୧୦ତମ ସ୍ଥାନରେ ରହିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories