www.samajalive.in
Saturday, December 6, 2025
15.1 C
Bhubaneswar

ନିଯୁକ୍ତି ବେଳେ ସପ୍ତମ ପାସ୍‍ ବାଧ୍ୟତାମୂଳକ କରାଯାଉ: ବିରୋଧୀ ଦଳ ନେତା

ଭୁବନେଶ୍ୱର :ରାଜ୍ୟ ସରକାର ଓଡ଼ିଆଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାର ନିଜେ ଯେଉଁ ଆଇନ କରୁଛନ୍ତି ତାକୁ ପାଳନ କରୁନାହାନ୍ତି। ଫଳରେ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପକ୍ଷରେ ଅଣଓଡ଼ିଆମାନେ ଆସି ଓଡ଼ିଶାରେ ଅନାୟସାରେ ନିଯୁକ୍ତି ପାଉଛନ୍ତି। ଏହି ପ୍ରଥା ଆଉ ଚଳିବନାହିଁ। ସରକାର ଏଣିକି ରାଜ୍ୟରେ ଯେକୌଣସି ନିଯୁକ୍ତି ବେଳେ ମାତୃଭାଷାରେ ସପ୍ତମ ଶ୍ରେଣୀ ଉତୀର୍ଣ୍ଣ ଥିବା ଆଇନକୁ ବାଧ୍ୟତାମୂଳକ କରନ୍ତୁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗୃହରେ କହିଛନ୍ତି।
ଶ୍ରୀ ନାଏକ କହିଛନ୍ତି ଯେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୯୮୪ରେ ଯେଉଁ ବିଜ୍ଞପ୍ତି ଜାରି କରାଯାଇଥିଲା ତାହା କାହିଁକି କାର୍ଯ୍ୟକାରୀ ହେଉନାହିଁ। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିନେଶ କୁମାର ଭର୍ସେସ ମୋତିଲାଲ ନେହେରୁ ମେଡିକାଲ କଲେଜ ମାମଲାରେ ସ୍ପଷ୍ଟ ନିର୍ଦେଶନାମା ଦେଇଛନ୍ତି।
ହରିଆଣା ଓ ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ମାତୃଭାଷାରେ ସପ୍ତମ ଶ୍ରେଣୀ ପାସକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଓଡ଼ିଶା ସରକାର କ’ଣ ପାଇଁ ଏହି ନିୟମକୁ କଡାକଡ଼ି କରୁନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁଚ ଓପିଏସସିରେ କାହିଁକି କୋହଳ କରିବାକୁ ଯାଉଛନ୍ତି ତାହା ବୁଝାପଡୁନାହିଁ। ଅଣଓଡ଼ିଆମାନଙ୍କୁ ନିଯୁକ୍ତି ଦେଇ ଓଡ଼ିଆମାନଙ୍କୁ ବେକାରୀ ସଜାଇବାପାଇଁ ସରକାର ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ନିଯୁକ୍ତିରେ ସପ୍ତମ ପାସ୍‍ ବ୍ୟବସ୍ଥା ଲାଗୁ କରାଯାଉ। ଓଡ଼ିଆ ପ୍ରେମ କହି ସରକାର ଓଡ଼ିଆଙ୍କୁ ମାରିବା ଉଚିତ୍‍ ନୁହେଁ। ଅଣଓଡ଼ିଆଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ କରାଯିବା ଦରକାର। ନଚେତ୍‍ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ହେବ। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ରାଜ୍ୟରେ କ’ଣ ଓଡ଼ିଆ ପିଲାଙ୍କର ବଞ୍ଚିବାର ଅଧିକାର ନାହିଁ। ବ୍ରହପୁର, ବାଣୀବିହାର ଓ ଉତରଓଡ଼ିଶା ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଟପ୍ପର ମାନେ ୭୪ରୁ ୭୯ ପ୍ରତିଶତ ନମ୍ବର ରଖୁଛନ୍ତି। ଯଦି କ୍ୟାରିଅର ମାର୍କିଂ କରାଯିବ ତେବେ ଅଣଓଡ଼ିଆ ପିଲାମାନେ ଚାକିରି କରିବେ। ଓଡ଼ିଆ ପିଲାମାନେ ବେକାର ହୋଇ ବସିବେ। ଏ ନୀତି ଆଉ ଚଳିବ ନାହିଁ ସରକାର ତୁରନ୍ତ ଦୃଷ୍ଟି ଦେବା ଲାଗି ଶ୍ରୀ ବାହିନୀପତି ରୁଲିଂ ଦାବି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories