କାଲିମେଳା: ଗତ କିଛି ଦିନର ଲଗାଣ ବର୍ଷ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପାଇଛି। ଯେଉଁଠି ଦେଖ , ଖାଲି ପାଣି ଆଉ ପାଣି। କାଲିମେଳା-ଲଗାଣ ବର୍ଷାରେ କାଲିମେଳାରେ ଏମ୍.ଭି-୯୬ ପୋଲ ବୁଡିଯାଇଛି । ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମୋଟର ଅଟକ ରହିଛି । ତେବେ ଲଘୁଚାପ ପ୍ରଭାବରେ ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Popular Categories



