ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଧସିଯାଇଛି। ଫଳରେ ନାରାୟଣପାଟଣା-ଦାମନଯୋଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦାମନଯୋଡି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ବିଜାଘାଟି ଏବଂ କେରେଙ୍ଗା ପାହାଡ ରାସ୍ତା ନିକଟରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମଟର ଅଟକି ରହିଛି। ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି। ତେବେ ଶୁକ୍ରବାର କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବିଭିନ୍ନ ସ୍ଥାନରେ ମାଟି ଅତଡା ଖସି ଥିବାର ନଜିର ରହିଛି।
Popular Categories



