www.samajalive.in
Sunday, December 7, 2025
26.1 C
Bhubaneswar

୫ବର୍ଷରେ ୧କୋଟି ଯୁବକଙ୍କୁ ମିଳିବ ଚାକିରି

ସମାଜ ଡିଜିଟାଲ ଡେସ୍କ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ଏକ କୋଟି ଯୁବକଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି ନୀତିଶ । ଏକ୍ସରେ ପୋଷ୍ଟ କରି ନୀତିଶ କହିଛନ୍ତି ଯେ ୨୦୨୦ରେ ସରକାରକୁ ଆସିବା ପରେ ୫୦ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଏବଯ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା ତାହାର ପୁରଣ କରାଯାଇଛି । ଏବେ ଆମ ସରକାର ଆଗାମୀ ୫ବର୍ଷ ମଧ୍ୟରେ ୧କୋଟି ଯୁବକଙ୍କୁ ଚାକିରି ଓ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି । ଏହାସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ସରକାର ରାଜ୍ୟରେ ଶିଳ୍ପ ଏବଂ ଆତ୍ମନିଯୁକ୍ତି ସ୍ଥାପନ କରୁଥିବା ଲୋକଙ୍କୁ ଅନେକ ପ୍ରକାର ସୁବିଧା ଦେଇ ପ୍ରୋତ୍ସାହିତ କରୁଛନ୍ତି । ଏବେ ବିହାରରେ ଶିଳ୍ପ ସ୍ଥାପନ ପାଇଁ ଉଦ୍ୟୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦିଆଯିବ । ଶିଳ୍ପ ସ୍ଥାପନ ପାଇଁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିବା ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories