www.samajalive.in
Saturday, December 6, 2025
16.1 C
Bhubaneswar

ବଢିଲା କାଳିଆ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଅବଧି

ଭୁବନେଶ୍ୱର : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ  ଅବଧି ବଢାଇଲେ ରାଜ୍ୟ ସରକାର। ପୂର୍ବରୁ କାଳିଆ ଯୋଜନାର ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଶେଷ ତାରିଖ ଅଗଷ୍ଟ ୧୪ ନିର୍ଦ୍ଧାରଣ କରାଯାଇଥିଲା। ଆଜି ଏହାର ଅବଧି ବଢାଇ ଆସନ୍ତା ଅଗଷ୍ଟ ୨୭ ତାରିଖ କରାଯାଇଛି। ମଙ୍ଗଳବାର କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କାଳିଆ ଯୋଜନାରେ ସାମିଲ୍‍ ଥିବା ୫୧ ଲକ୍ଷ ହିତାଧିକାରିଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରିଙ୍କର ଯାଞ୍ଚ ସରିଥିବା ବେଳେ ଆଉ ୩୮ ଲକ୍ଷ ହିତାଧିକାରିଙ୍କ ଯାଞ୍ଚ ବାକିରହିଛି। ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ,୨୯ରେ ବ୍ଲକ ସ୍ତରରେ ଏବଂ ୩୧ ତାରିଖରେ ଜିଲ୍ଲା ସ୍ତରରେ କାଳିଆ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ କରାଯିବ। ଯେଉଁ ହିତାଧିକାରିମାନେ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ କାଳିଆର ପରବର୍ତ୍ତୀ କିସ୍ତି ମିଳିବ ନାହିଁ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories