www.samajalive.in
Sunday, December 14, 2025
19.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ମାସ ତମାମ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ରାତ୍ରରେ ନଦୀରେ ସ୍ନାନ ସାରି କଦଳୀ ପଟୁଆରେ ଡ଼ଙ୍ଗା ତିଆରି କରି ରୀତିନୀତି ଅନୁଯାୟୀ ପୂଜା ପାଠ ପରେ ତାକୁ ଭସାଇଛନ୍ତି । ଆକାମା ବୋଇ ପାନଗୁଆ ଥୋଇ, ପାନଗୁଆ ତୋର ମାସିକ ଧର୍ମ ମୋର କହି ଡ଼ଙ୍ଗା ଭସାଇଛନ୍ତି। ଡଙ୍ଗା ଭସାଇବା ପରେ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ ସହ କୃପା ଲାଭ କରି ବ୍ରତ ସମାପନ କରିଛନ୍ତି। ପୂର୍ଣ୍ଣିମାର ପୂର୍ବ ଦିନ ସ୍ଥାନୀୟ ପ୍ରିୟଦର୍ଶୀ କ୍ଲବ ପକ୍ଷରୁ ଚାରି ପ୍ରହରୀ ନାମଯଜ୍ଞ କରାଯିବା ସହ ୧୦୦୧ ଦୀପ ଯଜ୍ଞ ପରେ ନଗର ପରିକ୍ରମା କରିଥିଲେ ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମସ୍ତ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ବିଭାଗ ସଜାଗ ରହି ଥିବା ବେଳେ ପେଟ୍ରୋଲିଂ ମଧ୍ୟ କରିଥିଲେ। ପ୍ରାୟ ତିନି ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏ ଅବସରରେ ଦେବଗିରିରେ ଶିବ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories