କଳାପଥର(ବାଙ୍କୀ): କଳାପଥର ଧଳାପଥର ଅଞ୍ଚଳରେ ଦେହ ବ୍ୟବସାୟୀ ସକ୍ରିୟ। ସୀମାନ୍ତବର୍ତ୍ତୀ ଧଳାପଥର ଫାଣ୍ଡି ଅନ୍ତର୍ଗତ ମିଛପଣ୍ଡା ସାହିର ଏକ ଘରେ ଏବଂ ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଶ୍ମଶାନ ପଡ଼ିଆ ଆଶ୍ରୟସ୍ଥଳରେ ଦୀର୍ଘ ଦିନଧରି ଚାଲି ଆସୁଥିଲା ଦେହ ବ୍ୟବସାୟ। ବାଙ୍କୋଇ ଗ୍ରାମର ଜଣେ ଯୁବକ ଧଳାପଥର ଫାଣ୍ଡି ଅନ୍ତର୍ଗତ ଧଳାପଥର ଗ୍ରାମ ମିଛପଣ୍ଡା ସାହିରେ ଘର କରି ସ୍ୱାମୀ, ସ୍ତ୍ରୀଙ୍କ କବଜାରେ ଚାଲିଥିଲା ଏହି ରାକେଟ୍। ସ୍ତ୍ରୀ ରାଣୀ ମହୁମାଛି ସାଜିଥିବାବେଳେ ସ୍ୱାମୀ ପାଲଟିଛି ଦଲାଲ। ଭୁବନେଶ୍ୱର, ଫୁଲବାଣୀ, କଲକାତା ଅଞ୍ଚଳରୁ କଲେଜ ପଢୁଆ ଯୁବତୀ ସହ ସ୍ଥାନୀୟ ଅଞ୍ଚଳର ଗରିବ ନାବାଳିକା ଓ ସ୍ୱାମୀ ପରିତ୍ୟକ୍ତା, ବିଧବା ମହିଳାଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ବୈଦେଶ୍ୱର ପୁଲିସ ଖବର ପାଇ ଚଢାଉ କରି ଦଲାଲ ସମେତ ୪ ଜଣଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।
Popular Categories



