www.samajalive.in
Saturday, December 6, 2025
15.1 C
Bhubaneswar

୫୧୦ ଲିଟର ଚୋରା ଦେଶୀ ମଦ ଜବତ ; ଜଣେ ଗିରଫ

କଳାପଥର : ପାର୍ବଣକୁ ଦୃଷ୍ଟିରେ ରଖି କିଛି ଦିନ ଧରି ବାଙ୍କୀ ଅଂଚଳରେ ଚାଲିଛି ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ଉପରେ ଜୋରଧାର ଚଢାଉ କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଚଢାଉରେ ହରିହର ଭେଟ ଛକ ଠାରୁ ଏକ ଦେଶୀ ମଦ ବୋଝେଇ ବୋଲେରୋ ଗାଡି ଜବତ କରାଯାଇଛି। ଏହା ସହିତ ଜଣେ ବେପାରୀକୁ ଗିରଫ କରାଯାଇଛି। ଗିରଫ ମଦ ବ୍ୟବସାୟୀଙ୍କ ଘର ବାରଙ୍ଗ ଥାନା ଅନ୍ତର୍ଗତ ସାନମୁଣ୍ଡଳୀ ଅଂଚଳ। ତାଙ୍କ ନାମ ବସନ୍ତ କୁମାର ବେହେରା। ବୋଲେରୋ ଗାଡି ରୁ ୫୧୦ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ଏହି ମଦ ବୋଝେଇ ବୋଲେରୋ ଗାଡିଟି ଆଠଗଡ ଅଂଚଳରୁ ଖୋର୍ଦ୍ଧା ଯିବା ବାଟରେ ଅବକାରୀ ଓ ପୁଲିସ ଧରିବାରେ ସଫଳ ହୋଇଛି। ସେପଟେ ବାଙ୍କୀ ମହୋତ୍ସବ ଅନ୍ୟପଟେ ଦଶହରାକୁ ଦୃଷ୍ଟିରେ ରଖି ଏ ଚଢାଉକୁ ଜୋରଦାର କରାଯିବ ବୋଲି ଅବକାରୀ ଉପନିରୀକ୍ଷ ସୌମ୍ୟ ରଞ୍ଜନ ମାଝୀ କହିଛନ୍ତି।

ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories