ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ବିଜୁ ଜନତା ଦଳ ହରଭଙ୍ଗା ବ୍ଲକ ସାଙ୍ଗଠନିକ ବୈଠକ ବରିଷ୍ଠ ଓକିଲ ରବିଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ, ବୌଦ୍ଧ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ ଜିଲ୍ଲାକାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ, ସୀତାରାମ ଅଗ୍ରୱାଲ, ଯୁବନେତା ଅବକାଶ ସାହୁ ପ୍ରମୁଖ ବକ୍ତବ୍ୟ ରଖି ବ୍ଲକ ଠାରୁ ଆରମ୍ଭ କରି ଲାଇନ ଡିପାର୍ଟମେଣ୍ଟ ସବୁଠି ପିସି ନଦେଲେ ଫାଇଲ ଘୁଞ୍ଚୁନି, ସ୍ୱାସ୍ଥ୍ୟସେବା ଶିକ୍ଷା ବ୍ୟବସ୍ଥା ସବୁକିଛି ବିପର୍ଯ୍ୟସ୍ତ, ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିବା ବୋଲି କହିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି। ଏ ଯାବତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ଯୋଗାଇବାରେ ଅସମର୍ଥ, ମାଗଣାରେ ୩ଶହ ୟୁନିଟ ବିଜୁଳି ଆଦି ବିଭିନ୍ନ ଦାବି ଏଯାଏଁ ପୂରଣ ନହୋଇଥିବାରୁ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକରେ ଆସନ୍ତା ଅକ୍ଟୋବର ୦୭ ତାରିଖ ତିଲେଶ୍ୱର ଠାରୁ ପୁରୁଣାକଟକ ଦେଇ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିବିକ୍ରମ ମହାକୁଡ଼ ସୁଶାନ୍ତ ପ୍ରଧାନ, ସରପଞ୍ଚ ଅଶୋକ ସେଠି, ଶ୍ରୀବନ୍ତ ମେହେର,ନିହାର ଘୋଷ ନିକୁଞ୍ଜ ବେହେରା, ଅଶୋକ ମେଣ୍ଡୁଳି ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କହଁର ଜ୍ୟୋତିରଞ୍ଜନ ସାହୁ, ସଞ୍ଜୟ ଦେହୁରୀ, ପ୍ରଦୀପ କୁମାର ସାହୁ ସୁଶୀଲ ଦେହୁରୀ ଜ୍ୟୋତିର୍ମୟ ଦାସ, ପୂର୍ବତନ ଜିଲ୍ଲାପରିଷଦ ଉପାଧକ୍ଷ ଅକ୍ରୁର ସେଠି, ପୂର୍ବତନ ବ୍ଲକ ଉପାଧକ୍ଷ ପଙ୍କଜ ସାହୁ, ସଂଜିତ ବାରିକ ରଜତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ କର୍ମୀ ବୈଠକରେ ଯୋଗ ଦେଇଥିଲେ।
ଏହି ପନୀର୍ର ଦାମ୍ ଆଗରେ ସୁନା ବି ଶସ୍ତା, ଦାମ୍ ଜାଣି ମୁଣ୍ଡ ବୁଲାଇବ..



