www.samajalive.in
Saturday, December 6, 2025
14.1 C
Bhubaneswar

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

କଳାପଥର(ବାଙ୍କୀ): ବୈଦ୍ୟଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲୀ ଗ୍ରାମ ନୂଆସାହିର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଗୁରୁବାର ଘରଠାରୁ ଅଳ୍ପ ଦୂରରେ ଥିବା ଝାମୁଁ ଯାତ୍ରା ଆଖୁ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ ତାଙ୍କର ଗୋଡ ଖସିଯାଇଥିଲା। ଫଳରେ ପୋଖରୀ ଭିତରେ ଥିବା ଦଳ ଗଭୀର ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତାଙ୍କର ନାମ ହାଡିବନ୍ଧୁ ସାହୁ ବୋଲି ଜଣାପଡିଛି । ପରିବାର ଲୋକମାନେ ବହୁ ଖୋଜାଖୋଜି କରିବା ପରେ ମୃତ ହାଡ଼ିବନ୍ଧୁଙ୍କୁ ପାଇନଥିଲେ । ପରେ ଜଣେ ବ୍ୟକ୍ତି ମୃତ ହାଡିବନ୍ଧୁଙ୍କ ଶବ ଭାସୁଥିବାର ଦେଖିବା ପରେ ପରିବାର ଲୋକଙ୍କୁ ଜଣାଇଥିଲା । ଅପରାହ୍ନରେ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନା ଆମ୍ବୁଲାନ୍ସରେ ପଠାଯାଇଛି । ବୈଦେଶ୍ଵର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ତତ୍ବାବଧାନରେ ପୋଖରୀରୁ ମୃତଦେହ ଉଦ୍ଧାର ସହ ବ୍ୟବଛେଦ ପଠାଯାଇଛି। ପ୍ରଶାସନ ସମସ୍ତ ସରକାରୀ ସୁବିଧା ଗରିବ ପରିବାର ସାଧାରଣରେ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories